fbpx

ନିଲମ୍ବନ ପରେ ସାଂସଦଙ୍କ ଦରମା ଉପରେ ପଡ଼ିଥାଏ କୌଣସି ପ୍ରଭାବ! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ସଂସଦରେ ବର୍ତ୍ତମାନ ଶୀତକାଳୀନ ଅଧିବେଶନ ଜାରି ରହିଛି।ତେବେ ଚଳିତ ଥର ଶୀତ ଅଧିବେଶନରେ ଏକ ଆଶ୍ଚର୍ୟ୍ୟଜନକ ଘଟଣା ଘଟିଯାଇଛି । କିଛି ଦିନ ପୂର୍ବରୁ ଦୁଇଜଣ ଯୁବକ ସଂସଦରେ ଅନୁପ୍ରବେଶ କରି ଲୁହବୁହା ଗ୍ୟାସ ଫିଙ୍ଗିଥିଲେ। ଯେଉଁଥିପାଇଁ ସଂସଦକୁ ଦିନସାରା ସ୍ଥଗିତ ରଖାଯାଇଥିଲା। ଏହା ପରେ ସଂସଦରେ ବହୁ ଅସନ୍ତୋଷ ଦେଖାଦେଇଥିଲା ଯେଉଁଥିପାଇଁ ମନୋଜ ଝା, ଜୟ ରାମ ରମେଶ, ରଣଦୀପ ସୁରଜେୱାଲା, ପ୍ରମୋଦ ତିୱାରୀ, ଫାରୁକ୍ ଅବଦୁଲ୍ଲା, ଶଶି ଥରୁର, ମନୀଷ ତିୱାରୀ ଏବଂ ଡିମ୍ପଲ୍ ଯାଦବଙ୍କ ଭଳି ବଡ଼ ୧୪୧ ଜଣ ସାଂସଦଙ୍କୁ ନିଲମ୍ବିତ କରିିଦିଆଯାଇଛି। ତେବେ ସାଧାରଣତଃ ଯଦି ଜଣେ ସରକାରୀ କର୍ମଚାରୀ ନିଲମ୍ବିତ ହୁଅନ୍ତି ତେବେ ତାଙ୍କୁ ତାଙ୍କ ଦରମାର ୫୦ ପ୍ରତିଶତ କାଟି ଦିଆଯାଇଥାଏ । କିନ୍ତୁ ଜଣେ ସାଂସଦଙ୍କ କ୍ଷେତ୍ରରେ କେଉଁ ନିୟମ ଲାଗୁ ହୋଇଥାଏ ଆସନ୍ତୁ ଜାଣିବା ।

ସାଧାରଣତଃ ଯଦି ଜଣେ ସରକାରୀ କର୍ମଚାରୀ ନିଲମ୍ବିତ ହୁଅନ୍ତି ତା’ପରେ ତାଙ୍କୁ ତାଙ୍କର ଅଧା ଦରମା ଦିଆଯାଇଥାଏ । କିନ୍ତୁ ସାଂସଦଙ୍କ କ୍ଷେତ୍ରରେ ଏପରି ହୋଇନଥାଏ। ନିଲମ୍ବନ ପରେ ମଧ୍ୟ ସାଂସଦମାନଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ଦରମା ଦିଆଯାଇଥାଏ। ସଂସଦରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୧ ସାଂସଦ ସେମାନଙ୍କର ସମ୍ପୂର୍ଣ୍ଣ ଦରମା ମିଳିବା ଜାରି ରହିବ। ତେବେ କେବଳ ଏକମାତ୍ର ପରିବର୍ତ୍ତନ ହେଉଛି ସଂସଦରୁ ସାଂସଦମାନେ ଗ୍ରହଣ କରୁଥିବା ଦୈନିକ ଭତ୍ତାକୁ ବନ୍ଦ କରି ଦିଆଯିବ । କାରଣ ଏହା କେବଳ ସେହି ସାଂସଦମାନଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ସଂସଦ ଅଧିବେଶନରେ ପ୍ରତିଦିନ ରେଜିଷ୍ଟରରେ ଦସ୍ତଖତ କରନ୍ତି । ନିଲମ୍ବନ ପରେ ସଂସଦ ଅଧିବେଶନରେ ପ୍ରବେଶ କରିପାରିବ ନାହିଁ। ତେଣୁ ଏଭଳି ପରିସ୍ଥିତିରେ ସେ ରେଜିଷ୍ଟରରେ ଦସ୍ତଖତ କରିପାରିବେ ନାହିଁ। ଯେଉଁଥିପାଇଁ ତାଙ୍କୁ ଏହି ଅବଧିରେ ଦୈନିକ ଭତ୍ତାରୁ ବଞ୍ଚିତ କରାଯାଇଥାଏ ।

ସଂସଦରେ ଗୃହକାର୍ଯ୍ୟ କିପରି ବିନା କୌଣସି ବାଧାରେ ଚାଲିବ ଏହା ଲୋକସଭାର ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ଦାୟିତ୍ୱ । କିନ୍ତୁ ଯଦି କୌଣସି ସାଂସଦ ଗୃହ ପ୍ରକ୍ରିୟାରେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରନ୍ତି, ତେବେ ସେମାନଙ୍କ ମଧ୍ୟରୁ କେହି ସେହି ସଦସ୍ୟଙ୍କୁ ଗୃହରୁ ବାହାରକୁ ଯିବାକୁ କହିପାରିବେ। ଲୋକସଭାର ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ଦାୟିତ୍ୱ ହେଉଛି ଯେ ଗୃହର ପ୍ରକ୍ରିୟା କୌଣସି ପ୍ରତିବନ୍ଧକ ବିନା କିପରି ସୁରୁଖୁରୁରେ ସମ୍ପାଦନ ହେବ। ଯଦି କୌଣସି ସାଂସଦ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରନ୍ତି ଏବଂ ଏହା ଅନୁଭବ କରିବା ଦ୍ୱାରା ସେହି ସାଂସଦଙ୍କୁ ଗୃହରୁ ବିଦା କରିଥାନ୍ତି ବାଚସ୍ପତି।

Get real time updates directly on you device, subscribe now.