fbpx

୬୦୦ରୁ ଅଧିକ ଚାଲାଣ, ୩ ଲକ୍ଷ ଜରିମାନା: ଟ୍ରାଫିକ୍ ପୋଲିସର Wanted ସ୍କୁଟି ଡ୍ରାଇଭର

ନୂଆଦିଲ୍ଲୀ: ଟ୍ରାଫିକ ପୋଲିସ ଜବତ କରିଛି ଏକ ସ୍କୁଟି । ତେବେ ଏହି ସ୍କୁଟି ଡ୍ରାଇଭର ନାଁରେ ୬୦୦ରୁ ଅଧିକ ଟ୍ରାଫିକ ଉଲ୍ଲଙ୍ଘନ କରିବା ନେଇ ଅଭିଯୋଗ ରହିଥିବା ବେଳେ ୩ ଲକ୍ଷରୁ ଅଧିକ ଫାଇନ୍ ରହିଥିବା ଜାଣିବାକୁ ମିଳିଛି । ଟ୍ରାଫିକ ପୋଲିସ ପାଇଁ ଏହି ସ୍କୁଟି ଡ୍ରାଇଭର ଥିଲେ ୱାଣ୍ଟେଡ । ଆଜି ନୁହେଁ, ଗତବର୍ଷ ଫେବୃଆରୀରୁ ଏହି ସ୍କୁଟି ଏବଂ ଏହାର ଚାଳକଙ୍କୁ ଖୋଜୁଥିଲା ପୋଲିସ । ତେବେ ଏତେ ଦିନର ପରିଶ୍ରମ ପରେ ଆଜି ଧରା ପଡ଼ିଛି ୱାଣ୍ଟେଡ ସ୍କୁଟି ଡ୍ରାଇଭର । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିବା ୱାଣ୍ଟେଡ ସ୍କୁଟି ଡ୍ରାଇଭରକୁ ଜବତ କରିଛି ବାଙ୍ଗାଲୋର ଟ୍ରାଫିକ ପୋଲିସ । ଏହି ସ୍କୁଟି ଡ୍ରାଇଭରଙ୍କ ନାଁରେ ୬୩୪ ଥର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିତିବା ଅଭିଯୋଗ ସାମିଲ ରହିଛି । ଯାହାକୁ ବିଭିନ୍ନ ସ୍ଥାନରେ ଲାଗିଥିବା ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ କ୍ୟାମେରା କଏଦ କରିଛି । ତେବେ ଏହି ବିରୋଧରେ ୩.୨୫ ଲକ୍ଷ ଟଙ୍କାର ଜରିମାନା ରହିଥିବା ଜାଣିବାକୁ ମିଳିଛି । ଗଙ୍ଗାନଗର ବାସିନ୍ଦା ମାଲା ଦିନେଶ ଏକ ଶ୍ମଶାନରେ କାମ କରନ୍ତି । ରିପୋର୍ଟ ଅନୁସାରେ, ସ୍କୁଟି ୨୦୨୧ରେ କିଣା ଯାଇଥିବା ବେଳେ ୨୦୨୨ ମସିହା ଫେବୃଆରୀ ମାସରେ ଏହାର ପ୍ରଥମ ଚାଲାଣ କଟିଛି । ଏହାପରଠାରୁ ଲଗାତାର ଟ୍ରାଫିକ ନିୟମ ଭଙ୍ଗ କରୁଥିଲେ ସ୍କୁଟି ଚାଳକ ।

ତେବେ ଗତ ଡିସେମ୍ବର ୧୭ ତାରିଖରେ ପୁଣିଥରେ ଟ୍ରାଫିକ ନିୟମ ଭାଙ୍ଗିବା ପରେ ଆଜି ଧରା ପଡ଼ିଛି ଏହି ଗାଡ଼ି । ଟ୍ରାଫିକ ପୋଲିସର ୱାଣ୍ଟେଡ ତାଲିକାର ଟପ୍ ରେ ରହିଥିଲା ଏହି ସ୍କୁଟି । ଗାଡ଼ି ଏବଂ ଚାଳକଙ୍କ ନାଁରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩.୨୫ ଲକ୍ଷ ଟଙ୍କାର ଜରିମାନା ଲାଗୁ ହୋଇଛି । ସ୍କୁଟି ବିରୋଧରେ ଥିବା ଜରିମାନା ଟଙ୍କା ଗାଡ଼ିର ସୋ’ରୁମ୍ ଦାମଠାରୁ ମଧ୍ୟ ଅଧିକ ହୋଇଯାଇଛି ।

ତେବେ ଚାଲାଣ ସମ୍ପର୍କରେ କୌଣସି କତା ନ ଜାଣିଥିବାରୁ ଦିନେଶ ଲଗାତାର ଆରଟି ନଗର ରାସ୍ତା ଦେଇ ଯାଉଥିଲେ । ତେବେ ମଙ୍ଗଳବାର ପୋଲିସ ନିକଟରେ ପହଞ୍ଚି ଦିନେଶ ଏହି ଜରିମାନା ଦେବା ପାଇଁ ସକ୍ଷମ ନୁହେଁ ବୋଲି କହିଥିଲେ । ତେଣୁ ପୋଲିସକୁ ଗାଡ଼ି ଛାଡ଼ିଦେବା ପାଇଁ ଅନୁରୋଧ କରିଛନ୍ତି । ସେପଟେ ଗାଡ଼ି ଜବତ କରିବା ସହ ଜରିମାନା ଦେବା ପରେ ହିଁ ସ୍କୁଟି ଫେରାଯିବ ବୋଲି ନୋଟିସ ଦେଇଥିବା ପୋଲିସ କମିଶନର ସଚିନ୍ ଘୋରପଡ଼େ କହିଛନ୍ତି ।

Get real time updates directly on you device, subscribe now.