fbpx

Bone ପାଇଁ ୫ ଖରାପ ଖାଦ୍ୟ: ଖାଇଲେ ଭିତରୁ ହୋଇଯିବ ଖୋଳ

ଓଡ଼ିଶା ଭାସ୍କର: ହାଡ଼ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମକୁ ଠିଆ ହେବାଠୁ ନେଇ ସବୁ କାର୍ଯ୍ୟ କରିବାକୁ ହାଡ଼ ସାହାଯ୍ୟ କରିଥାଏ । ହାଡ଼ ସାଧାରଣତଃ କ୍ରମାଗତ ଭାବରେ ନଷ୍ଟ ହେବା ଏବଂ ଗଠନ ହେବାରେ ଲାଗିଥାଏ । ଯେତେବେଳେ ଆମ ଶରୀରର ବୃଦ୍ଧି ଘଟେ, ସେତେବେଳେ ହାଡ଼ ଗଠନ ପ୍ରକ୍ରିୟା ଦ୍ରୁତ ହୁଏ, କିନ୍ତୁ ବୟସ ବଢ଼ିବା ସହିତ ଏହି ପ୍ରକ୍ରିୟା ମନ୍ଥର ହୋଇଯାଏ । ଏହି କାରଣରୁ ବୟସ ବଢ଼ିବା ସହିତ ହାଡ଼ ଦୁର୍ବଳ ହେବା ଆରମ୍ଭ ହୋଇଥାଏ। ହାଡ଼କୁ ମଜବୁତ କରିବା ପାଇଁ ଆମକୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ । ଏମିତି କିଛି ଜିନିଷ ଅଛି ଯାହା ହାଡ଼କୁ ଦୁର୍ବଳ କରିଥାଏ । ଏହି ସବୁ ଜିନିଷରୁ ଦୂରେଇ ରହିବା ଉଚିତ୍ ।

  1. ସୋଡାରେ କଫିନ୍ ଓ ଫସଫରିକ୍ ଏସିଡ୍ ରହିଥାଏ। ଏହି ଦୁଇଟି ଉପାଦାନ ହାଡ଼ରୁ କ୍ୟାଲସିୟମ୍ ଟାଣି ନେଇଥାଏ। ଏହା ଦ୍ୱାରା ହାଡ଼ ଦୁର୍ବଳ ହୋଇପାରେ ।

2. ସୋଡା ବ୍ୟତୀତ ଅନ୍ୟ ଚିନିଯୁକ୍ତ ପାନୀୟ ଯଥା ଥଣ୍ଡା ପାନୀୟ, ଜୁସ୍ ଓ ଏନର୍ଜି ଡ୍ରିଙ୍କ୍ ମଧ୍ୟ ହାଡ଼କୁ ଦୁର୍ବଳ କରିଥାଏ। ଏହି ପାନୀୟରେ କ୍ୟାଫିନ୍ ଏବଂ ଫସଫରିକ୍ ଏସିଡ୍ ମଧ୍ୟ ରହିଥାଏ।

3. ଜଙ୍କଫୁଡ୍ ରେ କ୍ୟାଲୋରି, ଫ୍ୟାଟ୍ ଏବଂ ସୋଡିୟମ୍ ର ମାତ୍ରା ଅଧିକ ଥିଲେ ମଧ୍ୟ ଏଥିରେ ପୋଷକ ତତ୍ତ୍ୱର ଅଭାବ ରହିଛି। ଜଙ୍କଫୁଡ୍ ଖାଇବା ଦ୍ୱାରା ହାଡ଼କୁ ମଜବୁତ କରିବା ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିନଥାଏ।

4. କ୍ୟାଫିନ ଏକ ଡାଇୟୁରେଟିକ୍ ଅଟେ, ଅର୍ଥାତ୍ ଏହା ଶରୀରରୁ ପାଣି ବାହାର କରିଥାଏ । ଏହା ଦ୍ୱାରା ହାଡରେ କ୍ୟାଲସିୟମ ସ୍ତର ହ୍ରାସ ପାଇଥାଏ ।

5. ମଦ୍ୟପାନ କରିବା ଦ୍ୱାରା ହାଡ଼ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ । ମଦ୍ୟପାନ କରିବା ଦ୍ୱାରା ହାଡ଼ରୁ କ୍ୟାଲସିୟମର ଅବଶୋଷଣ କମିଯାଏ ।

 

Get real time updates directly on you device, subscribe now.