fbpx

ଟଙ୍କା ଦେଲେ ଗଳାବାଟ ଖୋଲା: ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିବା ଶ୍ରଦ୍ଧାଳୁଙ୍କ ଅଭିଯୋଗ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ସୋମବାର ସକାଳେ ଅନେକ ଭିଡ଼ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା । ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁ ଲାଇନରେ ଠିଆ ହୋଇଥିଲେ । ଅନ୍ୟପଟେ ଗଳାବାଟ ଦେଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଲୋକଙ୍କ ଠାରୁ ୧୦୦୦ ରୁ ୫ହଜାର ଟଙ୍କା ଲାଞ୍ଚ ନିଆଯାଇ ଛଡାଯାଉଛି ବୋଲି ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କଠାରୁ ଟଙ୍କା ନେଇ ଗଳାବାଟ ଦେଇ ଛଡ଼ାଯାଉଛି । ଲମ୍ବା ସମୟ ଧରି ଧାଡ଼ିରେ ଠିଆ ହୋଇଥିବା ଶ୍ରଦ୍ଧାଳୁମାନେ ଏହି ଅଭିଯୋଗ ଆଣିଛନ୍ତି । ଏହି ଅବ୍ୟସ୍ଥା ଦେଖି ଶ୍ରଦ୍ଧାଳୁମାନେ ଧର୍ଯ୍ୟହରା ହୋଇ ବ୍ୟାରିକେଟ ଭାଙ୍ଗିବାକୁ ପଛାଇନାହାନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗଳାବାଟରେ ଗୁମାସ୍ତା ଟଙ୍କା ନେଇ ଶ୍ରଦ୍ଧାଳୁଙ୍କୁ ନେଇ ମନ୍ଦିରକୁ ଯାଉଛନ୍ତି ।

ବର୍ଷ ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତ ସମାଗମ ହୋଇଛି । ନୂଆବର୍ଷ ଯେତେ ପାଖେଇ ଆସୁଛି ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ସମୟର ଅବ୍ୟସ୍ଥା ପାଇଁ ଭକ୍ତମାନଙ୍କୁ ଘଣ୍ଟା-ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଛି । ଏହି ଭିଡ଼କୁ ପୋଲିସ ଅଟକାଇ ପାରିଲାନି ।

Get real time updates directly on you device, subscribe now.