fbpx

ଗାଡ଼ି ଭିତରେ ଏମିତି କାଣ୍ଡ କରିଦେଲେ Girlfriend: ପୁରୁଣା ପ୍ରେମିକଠୁ ପ୍ରତିଶୋଧ ନେବାକୁ ବଡ଼ ପଦକ୍ଷେପ

ହାଇଦ୍ରାବାଦ: ପୂର୍ବତନ ପ୍ରେମିକଠାରୁ ପ୍ରତିଶୋଧ ନେବା ପାଇଁ ପ୍ରେମିକର କାରରେ ଗଞ୍ଜେଇ ଲୁଚାଇବା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦ ସହରରେ । ମହିଳା ଜଣଙ୍କ ହେଲେ ଅଦୋକଶାଜା । ତେବେ ଏପରି କରିବା ସମୟରେ ତାଙ୍କୁ ତାଙ୍କର ପୁରୁଷ ବନ୍ଧୁ ସମ୍ପୂର୍ଣ୍ଣ ସାହାଯ୍ୟ କରିଥିବା ପୁଲିସ କହିଛି । ଏହି ମାମଲାରେ ପୁଲିସ ଦମ୍ପତି ଏବଂ ସେମାନଙ୍କ ଚାରିଜଣ ବନ୍ଧୁଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଏହି ମହିଳା ଜଣକ ତାଙ୍କ ପୂର୍ବତନ ପ୍ରେମିକ ଶ୍ରବଣଙ୍କ ପାଖରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ । ତେଣୁ ସେ ଶ୍ରବଣଙ୍କ କାରରେ ଗେଞ୍ଜେଇ ରଖି ତାଙ୍କୁ ଫସାଇବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଏଥିରେ ତାଙ୍କ ପ୍ରେମିକ ଦୀପକ ତାଙ୍କୁ ସହଯୋଗ କରିଥିଲେ । ସେମାନେ ପ୍ରଥମେ ଶ୍ରାବଣଙ୍କ କାରରେ ଗଞ୍ଜେଇ ରଖି ପରେ ପୁଲିସକୁ ଡାକିବାକୁ ଯୋଜନା କରିଥିଲେ। ଏପରିକି ସେମାନଙ୍କର ଚାରିଜଣ ବନ୍ଧୁ ଏହି ଯୋଜନା କାର୍ୟ୍ୟକାରୀ କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ।

ସୋମବାର ଦିନ ଅଦୋକଶାଜା ଶ୍ରାବଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ମଧ୍ୟରେ ହୋଇଥିବା ମତଭେଦର ସମାଧାନ ପାଇଁ ବାହାନା କରି ତାଙ୍କୁ ଏକ ପାର୍କରେ ଭେଟିବାକୁ ଡାକିଥିଲେ । ତେବେ ପୂର୍ବ ଯୋଜନା ଅନୁଯାୟୀ ଆଦୋକଶା, ଦୀପାଲ ଏବଂ ଅନ୍ୟ ଚାରିଜଣ ତାଙ୍କ କାରରେ ଶ୍ରାବଣଙ୍କୁ ଭେଟିଥିଲେ। ଆଦୋକଜା ଶ୍ରାବଣଙ୍କ ସହ କଥା ହୋଇ ତାଙ୍କୁ ବ୍ୟସ୍ତ ରଖିଥିବା ବେଳେ ତାଙ୍କ ସାଙ୍ଗମାନେ ତାଙ୍କ କାରର ସିଟ୍ ତଳେ ଗଞ୍ଜେଇ ପ୍ୟାକେଟ୍ ଲୁଚାଇ ରଖିଥିଲେ। ଏହା ପରେ ସେମାନେ କାରରୁ ଓହ୍ଲାଇଯାଇଥିଲେ ।

ଏହା ପରେ ଆଦୋକଶାଜା ଜୁବୁଲି ହିଲ୍ସ ପୁଲିସ ଥାନାକୁ ଶ୍ରବଣଙ୍କ ବିରୋଧରେ ବେଆଇନ ଗଞ୍ଜେଇ ବିକ୍ରି କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ କରିବାକୁ ଯାଇ ଶ୍ରବଣଙ୍କ ଗାଡ଼ି ନମ୍ବର ଦେଇଥିଲେ । ଅନ୍ୟପକ୍ଷରେ ସମସ୍ତେ ଚାଲିଯିବା ପରେ ଶ୍ରାବଣ ସନ୍ଦେହ କରି ନିଜର କାର ଯାଞ୍ଚ କରିଥିଲେ। ତେବେ ତାଙ୍କୁ କାରରେ ଗଞ୍ଜେଇ ପ୍ୟାକେଟ ମିଳିଥିଲା । ସେ ଏହାକୁ ନେଇ ଜୁବୁଲି ହିଲ୍ସ ପୁଲିସ ଷ୍ଟେସନକୁ ଯାଇ ପୁରା ଘଟଣା ବର୍ଣ୍ଣନା କରିଥିଲେ।

ତେବେ ମଙ୍ଗଳବାର ଦିନ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା । ତେବେ ମହିଳା ଜଣକ ତାଙ୍କର ବର୍ତ୍ତମାନର ପ୍ରେମିକ ଏବଂ ସାଙ୍ଗମାନଙ୍କ ସହିତ ତାଙ୍କ ପୂର୍ବ ପ୍ରେମିକର ପ୍ରତିଶୋଧ ନେବାକୁ ଏପରି ଯୋଜନା ପ୍ରସ୍ତୁତ କରିଥିବା ଜାଣିବାକୁ ପାଇଥିଲା । ଅଧିକ ପଚରାଉଚରା ପରେ ମହିଳା ଜଣକ ପୋଲିସକୁ ସୂଚନା ଦେଇଥିଲେ ଯେ ଶ୍ରବଣ ତାଙ୍କୁ ଅନେକ ସମୟରେ “ଚରିତ୍ରହୀନା” ବୋଲି କହୁଥିଲେ । ତେଣୁ ଏହାର ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲେ ।

ପୁଲିସ ଉକ୍ତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି । ତେବେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.