ପ୍ରତ୍ୟେକ ମହିଳା ନିଜ ଚେହେରାକୁ ସୁନ୍ଦର ଏବଂ ଉଜ୍ଜ୍ୱଳ କରିବାକୁ ଚାହିଁଥାନ୍ତି । ତେବେ ବର୍ତ୍ତମାନ ସମୟରେ ଅବ୍ୟବସ୍ଥିତ ଜୀବନଶୈଳୀ କାରଣରୁ ମହିଳାମାନେ ନିଜ ତ୍ୱଚାର ଉ ଜ୍ଜ୍ୱଳତା ହରାଉଥିବା ଦେଖିବାକୁ ମିଳୁଛି । ତେବେ ଏହା ସହିତ କାର୍ଯ୍ୟର ଚାପ, ଚିନ୍ତା ଏବଂ ଅବସାଦ ମଧ୍ୟ ଚେହେରା ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ମହିଳାମାନେ ଅନେକ ସମୟରେ ଚିନ୍ତାଗ୍ରସ୍ତ ରହୁଥିବା ଦେଖାଯାଉଛି । ତେବେ ଏହାର ସମାଧାନ ପାଇଁ କିଛି ଯୋଗାସନ ରହିଛି ଯାହାକୁ କରିବା ଦ୍ୱାରା ଆପଣଙ୍କୁ ଏହି ସବୁ ସମସ୍ୟାରୁ ମୁକ୍ତି ମିଳିବ । ତେବେ ବିଶେଷ କରି ମହିଳାମାନେ ଏହାକୁ କରିବା ଦ୍ୱାରା ସେମାନେ ବଶେ ଲାଭବାନ ହେବେ ।
ସର୍ବାଙ୍ଗାସନ- ଏହି ଆସନ କରିବା ଦ୍ୱାରା ରକ୍ତ ସଫା ରହିବା ସହିତ ରକ୍ତ ପ୍ରବାହ ମଧ୍ୟ ଠିକ ରହି ଆପଣଙ୍କର ଚେହେରାର ଗ୍ଲୋ ବଢ଼ାଇଥାନ୍ତି । ତେବେ ଏହି ଆସନରେ ପ୍ରଥମେ ଆପଣ ତଳେ ଶୋଇଯାଆନ୍ତୁ । ବର୍ତ୍ତମାନ ସାରା ଶରୀରକୁ କାନ୍ଧର ଭାରରେ ଉପରକୁ ଉଠାନ୍ତୁ ଏବଂ ପଛରେ ଦୁଇ ହାତର ଭାରରେ ଶରୀରର ସନ୍ତୁଳନ ବଜାୟ ରଖନ୍ତୁ ।
ତ୍ରିକୋଣାସନ- ସକାଳୁ ଏହି ଆସନ କରିବା ଦ୍ୱାରା ଆପଣଙ୍କୁ ବେଶ ଭଲ ଫଳ ମିଳିଥାଏ । ଏହାକୁ କରିବା ଦ୍ୱାରା ଆପଣଙ୍କର ମାଂସପେଶୀଗୁଡ଼ିକ ଷ୍ଟ୍ରେଚ ହୋଇ ଆପଣଙ୍କ ଚେହେରାକୁ ଏକ ଗ୍ଲୋ ଦେଇଥାଏ । ପ୍ରତିଦିନ ଏହାକୁ ୫ ମିନିଟ କରିବା ଦ୍ୱାରା ମାତ୍ର ଏକ ସପ୍ତାହ ମଧ୍ୟରେ ଆପଣ ଫରକ ଜାଣି ପାରିବେ ।
ହଳାସନ- ଏହାକୁ ଆପଣ ବେଶ ଆରାମରେ କରିପାରିବେ । ଏହାକୁ କରିବା ଦ୍ୱାରା ଚେହେରାରେ ରକ୍ତପ୍ରବାହ ଠିକ ରହି ଚେହେରାର ଉଜ୍ଜ୍ୱଳତା ବଢ଼ାଇଥାଏ । ତ୍ୱଚାକୁ ସତେଜ ରଖିବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଏହାକୁ କରିବା ଦ୍ୱାରା ଠିକ ରହିଥାଏ ।
ଭୁଜଙ୍ଗାସନ- ଏହି ଆସନ ଲଗାତାର କରିବା ଦ୍ୱାରା ଚେହେରା ଭିତରୁ ଉଜ୍ଜ୍ୱଳ ହୋଇଥାଏ । ଏହା ଦ୍ୱାରା ରକ୍ତ ସଞ୍ଚାଳନ ଠକ ଭାବରେ ହୋଇ କେବଳ ଚେହେରା ନୁହେଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଠିକ ରଖିଥାଏ । ଏପରିକି ଆପଣଙ୍କ ଚେହେରାରୁ ବ୍ରଣ ଏବଂ କଳାଦାଗ ମଧ୍ୟ ଦୂର କରିବାରେ ଏହା ସାହାଯ୍ୟ କରିଥାଏ ।
ଭରଦ୍ୱାଜାସନ- ଆପଣଙ୍କ ଶରୀର ଏବଂ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଏହି ଆସନ ବେଶ ଲାଭଦାୟକ । ଏହାକୁ ନିୟମିତ କରିବା ଦ୍ୱାରା ଏହା ଆପଣଙ୍କ ତ୍ୱଚାକୁ ଏକ ଉଜ୍ଜ୍ୱଳତା ପ୍ରଦାନ କରିବା ସହିତ ଆପଣଙ୍କ ଚେହେରାରୁ ରିଙ୍କଲ ଏବଂ ବ୍ରଣ ମଧ୍ୟ ଦୂର କରିଥାଏ । ଏହା ସହିତ ଏହା ଦ୍ୱାରା ଆପଣଙ୍କର ହଜମ କ୍ରିୟା ମଧ୍ୟ ଠିକ ରହିଥାଏ ।