fbpx

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଶ୍ୟାମଳ ବର୍ଣ୍ଣ ମୂର୍ତ୍ତି ଗର୍ଭ ଗୃହରେ ହେବ ସ୍ଥାପିତ, ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଗର୍ଭ ଗୃହରେ ଭଗବାନ ଶ୍ରୀରାମଙ୍କ ଶ୍ୟାମଳ ରଙ୍ଗର ମୂର୍ତ୍ତି ସ୍ଥାପନା କରାଯିବ । ଭାଗବାନ ରାମଙ୍କ ତିଆରି ହୋଇଥିବା ତିନୋଟି ମୂର୍ତ୍ତିରୁ ଗୋଟିଏ ମୂର୍ତ୍ତି ଚୟନ ହେବାକୁ ଥିଲା । ବର୍ତ୍ତମାନ ତାକୁ ନେଇ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ, ଶ୍ୟାମଳ ବର୍ଣ୍ଣର ଦୁଇଟି ମୂର୍ତ୍ତି ତିଆରି ହୋଇଥିଲା । ଏଥିରୁ ଗୋଟିଏ ଶ୍ୟାମଳ ବର୍ଣ୍ଣର ମୂର୍ତ୍ତି ଗର୍ଭ ଗୃହରେ ସ୍ଥାପିତ ହେବ । ପ୍ରଭୁ ଶ୍ରୀରାମଙ୍କ ଶ୍ୟାମଳ ବର୍ଣ୍ଣର ଥିଲା । ସେଥିପାଇଁ ଏପରି ମୂର୍ତ୍ତିକୁ ସ୍ଥାପିତ କରିବାର ନିଷ୍ପତ୍ତି ନିଆଯାଇଛି ।

ଏହାପୂର୍ବରୁ ଶୁକ୍ରବାର ଦିନ ପ୍ରଭୁ ରାମଙ୍କ ମୁଖ୍ୟ ପୁରୋହିତ ସତ୍ୟେନ୍ଦ୍ର ଦାସ କହିଥିଲେ ଯେ, ଭଗବାନ ଶ୍ରୀ ରାମଙ୍କ ଶ୍ୟାମଳ ରଙ୍ଗର ମୂର୍ତ୍ତିକୁ ସ୍ଥାପିତ କରିବାକୁ ଇଙ୍ଗିତ କରିଥିଲେ। ସେ ପୁଣି କହିଛନ୍ତି ଯେ ଆମେ ଏକ ମୂର୍ତ୍ତିକୁ ପୂଜା କରୁଛୁ ଯାହା ଶ୍ୟାମଳ ରଙ୍ଗର ଅଟେ। କାରଣ ଆମର ପ୍ରଭୁ ଶ୍ୟାମଳ ରଙ୍ଗର।

 

Get real time updates directly on you device, subscribe now.