fbpx

ମସଜିଦରେ ‘ଜୟ ଶ୍ରୀ ରାମ’ ଜପ ପାଇଁ ନିବେଦନ କଲେ RSS ନେତା ଇନ୍ଦେଶ କୁମାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(RSS)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦେଶ କୁମାର ପୁଣି ଥରେ ନିଜ ବୟାନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କୁ ମସଜିଦରେ ରାମ ନାମର ଜପ କରିବା ପାଇଁ ନିବେଦନ କରିଛନ୍ତି ।

RSS ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଇନ୍ଦେଶ କୁମାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ,‘ ଭାରତରେ ୯୯ ପ୍ରତିଶତ ମୁସଲମାନ ଏବଂ ଅନ୍ୟ ଅଣ ହିନ୍ଦୁମାନେ ଦେଶ ସହ ଜଡ଼ିତ । ଭବିଷ୍ୟତରେ ସେମାନଙ୍କ ସହ ସମ୍ପର୍କ ଜାରି ରହିବ । ଆମ ପୂର୍ବଜ ଗୋଟିଏ ଥିଲେ । ଆମେ ଏକା ଭଳି ଦେଖାଯାଉ ଏବଂ ଆମ ପରିଚୟ ମଧ୍ୟ ଗୋଟିଏ । ସେମାନେ ତାଙ୍କ ଧର୍ମ ପରିବର୍ତ୍ତନ କରିଥିଲେ ଦେଶ ନୁହେଁ ।’ ଏହା ସହ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ସମସ୍ତ ଧର୍ମର ଲୋକମାନଙ୍କୁ ନିଜ ନିଜ ଧର୍ମସ୍ଥଳୀରେ ଦେଶରେ ଶାନ୍ତି, ସଦ୍‌ଭାବନା ଓ ଭାଇଚାରା ବଜାୟ ରହିବା ନେଇ ପ୍ରାର୍ଥନା କରିବା ପାଇଁ ନିବେଦନ କରିଥିଲେ । ସମସ୍ତ ଧର୍ମସ୍ଥଳୀରେ ଜୟ ଶ୍ରୀ ରାମ, ଜୟ ଶ୍ରୀ ରାମ… ନାମର ଜାପ ୧୧ ଥର ଉଚ୍ଚାରଣ କରିବା ନେଇ କହିଥିଲେ । ଏହା ବ୍ୟତୀତ ନିର୍ଦ୍ଦଷ୍ଟ ଧର୍ମର ଲୋକମାନେ ସେମାନଙ୍କ ପୂର୍ଜାର୍ଚ୍ଚନା ଜାରି ରଖିପାରିବେ । ଏହି ଅବସରରେ କେରଳର ରାଜ୍ୟପାଳ ଆରିଫ୍ ମୋହମ୍ମଦ ଖାନ କହିଥିଲେ ଯେଉଁମାନଙ୍କର ବିଶାଳ ହୃଦୟ ଓ ଚିନ୍ତାଧାରା ବଡ଼ ରହିଛି ସେମାନଙ୍କ ପାଇଁ ସାରା ବିଶ୍ୱ ଗୋଟିଏ ପରିବାର ।

Get real time updates directly on you device, subscribe now.