ଖୋଲିବ ବ୍ଲାକ୍ ହୋଲର ରହସ୍ୟ ! ନୂଆ ବର୍ଷରେ ଇସ୍ରୋ ଲଞ୍ଚ କଲା XPoSAT ସାଟେଲାଇଟ୍

ନୂଆଦିଲ୍ଲୀ: ବର୍ଷର ପ୍ରଥମ ଦିନରେ ଆଜି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) XPoSAT ସାଟେଲାଇଟ୍ ଲଞ୍ଚ କରି ଇତିହାସ ରଚିଛି । ଶ୍ରୀହାରିକୋଟା ସ୍ପେସ୍ ସେଣ୍ଟରରୁ ସକାଳ ୯.୧୦ ରେ ଲଞ୍ଚିଂର ସମୟ ସ୍ଥିର କରାଯାଇଥିଲା । ଭାରତ ଏହା କରିବାରେ ବିଶ୍ୱର ଦ୍ୱିତୀୟ ଦେଶ ହୋଇଛି । XPoSAT ବ୍ଲାକ୍ ହୋଲର ରହସ୍ୟ ଅନୁସନ୍ଧାନ କରିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ସଫଳ ଉତକ୍ଷେପଣ ହୋଇଛି ।

ବ୍ରହ୍ମାଣ୍ଡକୁ ଅନୁସନ୍ଧାନ କରିବା ପାଇଁ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହା ହେଉଛି ଭାରତର ତୃତୀୟ ମିଶନ । ଗତ ବର୍ଷ ଚନ୍ଦ୍ରରେ ପହଞ୍ଚିଥିବା ଭାରତ ୨୦୨୪ ଆରମ୍ଭ ସୁଦ୍ଧା ବ୍ରହ୍ମାଣ୍ଡ ତଥା ଏହାର ଅନ୍ୟତମ ରହସ୍ୟ ବ୍ଲାକ୍ ହୋଲ ବିଷୟରେ ସୂଚନା ସଂଗ୍ରହ କରିବାକୁ ଏକ ଉଚ୍ଚାଭିଳାଷୀ ଯୋଜନା କରୁଛି । ଏକ ଉନ୍ନତ ଜ୍ୟୋତିର୍ବିଜ୍ଞାନ ଅବଜରଭେଟୋରୀ ଆରମ୍ଭ କରିବାରେ ଦେଶ ବିଶ୍ୱର ଦ୍ୱିତୀୟ ଦେଶ ହୋଇପାରିଛି, ଯାହାକି ବ୍ଲାକ୍ ହୋଲ ଏବଂ ନ୍ୟୁଟ୍ରନ ଷ୍ଟାର ଅଧ୍ୟୟନ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଛି ।