fbpx

ନୂଆ ବର୍ଷରେ ବଡ଼ ଅଘଟଣ: କାର୍ ଓଲଟି ୬ ଜଣଙ୍କ ମୃତ୍ୟୁ, ୨ ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଆଜି ନୂଆବର୍ଷ ୨୦୨୪ ଆରମ୍ଭ ହୋଇଥିବା ବେଳେ ଏହି ଅବସରରେ ଦେଶବାସୀ ଭୋଜିଭାତ, ପିକନିକରେ ଖୁସି ମନାଉଛନ୍ତି । ତେବେ ଏହା ମଧ୍ୟରେ ବର୍ଷର ପହିଲା ଦିନରେ ଘଟିଯାଇଛି ଏକ ବଡ଼ ଅଘଟଣ । ଏକ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ଏଥିସହିତ ୨ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଝାଡ଼ଖଣ୍ଡରୁ ଆସିଛି ଏଭଳି ଏକ ବଡ଼ ଖବର । ଜାମଶେଦପୁରଠାରେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ନୂଆବର୍ଷର ସକାଳୁ ସକାଳୁ ଗୋଟିଏ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ନୂଆବର୍ଷରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥିଲା ।

ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଜାମଶେଦପୁର ଟାଟା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ସରାୟକେଲା-ଖରସବା ଜିଲ୍ଲାର ଆଦିତ୍ୟପୁର ଆରଟିଇ ଥାନା ଅନ୍ତର୍ଗତ ବାବା ଆଶ୍ରମର ନିବାସୀ ବୋଲି ଜଣାପଡ଼ିଛି । ସକାଳ ପାଖାପାଖି ୪.୩୦ ସମୟରେ ସମସ୍ତ ଯୁବକ ପିକନିକ୍ ମନାଇବାକୁ ଏକ ଇଣ୍ଡିଗୋ କାରରେ ଘରୁ ବାହାରିଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ କାରଟି ବିଷ୍ଟୁପୁର ସର୍କିଟ ହାଉସ ଗୋଲେଇ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗୋଟିଏ ମୁହୂର୍ତ୍ତରେ ସବୁ ଖୁସି ଦୁଃଖର ରୂପ ନେଇଥିଲା । ନୂଆବର୍ଷରେ ନିଜର ଆସ୍ୱୀୟସ୍ୱଜନଙ୍କୁ ହରାଇ ପରିବାରର ସଦସ୍ୟମାନେ ଏବେ ଆତ୍ମହରା ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.