fbpx
BSKY
BJD SHG SKY
BJD MC SKY

କର୍ମକ୍ଷେତ୍ରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ଏପରି ମହିଳା…

ଓଡ଼ିଶା ଭାସ୍କର: ପୁରୁଷପ୍ରାଧାନ୍ୟ ଦେଶରେ ନିଜ ପରିଚୟ ସୃଷ୍ଟି କରିବା ପ୍ରତେକ ମହିଳାଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ପୁରୁଷ ତୁଳନାରେ ମହିଳାମାନେ ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିଥାନ୍ତି । ଏହି ବିଶେଷ କଳା ପାଇଁ ମହିଳାଙ୍କୁ ‘ମଲ୍ଟି ଟାସ୍କିଂ’ର ଉପାଧି ଦିଆଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶରେ ୱାର୍କିଂ ଓମେନ୍‌ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କର୍ମକ୍ଷେତ୍ରରେ ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି । କିନ୍ତୁ କାର୍ଯ୍ୟକ୍ଷେତ୍ରରେ କିଛି ମହିଳାଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇଥାଏ । ଏହା କେବଳ ସମ୍ଭବ ହୋଇଥାଏ ଆତ୍ମବିଶ୍ୱାସ (confidence) ଯୋଗୁଁ । ଏପରି ମହିଳାଙ୍କ ଇଚ୍ଛାଶକ୍ତି ଦୃଢ଼ ଥିବା କାରଣରୁ ପ୍ରତି କ୍ଷେତ୍ରରେ ଶୀଘ୍ର ସଫଳତା ହାସଲ ହୋଇଥାଏ । ଯଦି ଆପଣ ବି କର୍ମକ୍ଷେତ୍ରରେ ନିଜ ବ୍ୟକ୍ତିତ୍ୱରେ ଆତ୍ମବିଶ୍ୱାସର ସଂଚାର କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ:

୧. ଏକାଗ୍ରତା: ଅଫିସରେ ବସ୍ କିମ୍ବା ସହକର୍ମୀଙ୍କ ସହ କଥାବାର୍ତ୍ତା ହେବା ସମୟରେ ଏକାଗ୍ରତା ବଜାୟ ରଖନ୍ତୁ । ସମସ୍ତଙ୍କ କଥା ଧ୍ୟାନର ସହ ଶୁଣନ୍ତୁ ତା’ ପରେ ନିଜ ମତ ପ୍ରକାଶ କରନ୍ତୁ । ଅଧିକାଂଶ ସମୟରେ କମ୍ୟୁନିକେସନ୍ ଗ୍ୟାପ୍ କାରଣରୁ ଭୁଲ ବୁଝାମଣା ହୋଇଥାଏ ।

୨. ଭୟ କରନ୍ତୁ ନାହିଁ: ମଣିଷ ମାତ୍ରକେ ଭୁଲ ହେବା ସ୍ୱାଭାବିକ । ତେଣୁ ନିଜ ଭୁଲକୁ ନେଇ ବାରମ୍ବାର ଚିନ୍ତିତ ରୁହନ୍ତୁ ନାହିଁ । ଏଭଳି ସ୍ଥିତିରେ ଶାନ୍ତ ରହି ସମସ୍ୟା ଦୂର କରିବାକୁ ଚେଷ୍ଟା କରନ୍ତୁ । ନିଜ ଭୁଲରୁ ଶିକ୍ଷାଲାଭ କରନ୍ତୁ ଏବଂ ଭବିଷ୍ୟତରେ ଏଥିରେ ସୁଧାର ଆଣିବାକୁ ଚେଷ୍ଟା କରନ୍ତୁ ।

୩. ସ୍ପଷ୍ଟ ଭାବେ ନିଜ କଥା ଉପସ୍ଥାପନ କରନ୍ତୁ: ଅଧିକାଂଶ କ୍ଷେତ୍ରରେ କର୍ମଜୀବୀ ମହିଳା ବସ୍ ସହ କଥା ହେବା ସମୟରେ ଅସହଜ ଅନୁଭବ କରିଥାନ୍ତି । କାରଣ ବେଳେ ବେଳେ ଉପସ୍ଥାପନା କରୁଥିବା ବିଷୟ ଉପରେ ସେମାନଙ୍କ ବିଶେଷ ଧାରଣା ନଥାଏ । ଅତ୍ମବିଶ୍ୱାସରେ ଅଭାବ କାରଣରୁ ଏପରି ହୋଇଥାଏ ଯାହାକି ଭଲ ଲକ୍ଷଣ ନୁହେଁ ।

୪. ନକାରାତ୍ମକ ଚିନ୍ତାଧାରା: ନକାରାତ୍ମକ ଚିନ୍ତାଧାରା ମନୋବଳକୁ ଦୁର୍ବଳ କରିବା ସହ କାର୍ଯ୍ୟ କରିବାର ଦକ୍ଷତାକୁ ହ୍ରାସ କରିଥାଏ । ତେଣୁ ସବୁବେଳେ ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବା ଉଚିତ । ଏହା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିବା ସହ ଜୀବନରେ ପ୍ରଗତି ହୋଇଥାଏ ।

୫. ନିଷ୍ପତ୍ତି ନେବା ଶିଖନ୍ତୁ: ଅଧିକାଂଶ ମହିଳା ବ୍ୟକ୍ତିଗତ ଜୀବନର ସମସ୍ୟା କାରଣରୁ ଚିନ୍ତା ଓ ଆଶଙ୍କାରେ ଘେରି ହୋଇଥାନ୍ତି । ଏହା ସେମାନଙ୍କ ବୃତ୍ତିଗତ ଜୀବନକୁ ପ୍ରଭାବିତ କରିଥାଏ । ଆତ୍ମବିଶ୍ୱାସର ଅଭାବ କାରଣରୁ ସେମାନଙ୍କୁ ନିଷ୍ପତ୍ତି ନେବାରେ ଅସୁବିଧା ହୋଇଥାଏ । ତେଣୁ ଅଫିସରେ ନିଜ ଦାୟିତ୍ୱ ପ୍ରତି ଅବହେଳା କରନ୍ତୁ ନାହିଁ । ଦୃଢ଼ ମନରେ ନେଇଥିବା ନିଷ୍ପତ୍ତିକୁ ନେଇ କେବେ ବି ସନ୍ଦେହ କରନ୍ତୁ ନାହିଁ ।

Get real time updates directly on you device, subscribe now.