ନୂଆ ବର୍ଷରେ ନୂଆ ପରିବର୍ତ୍ତନର ଆବଶ୍ୟକତା ଥାଏ । ଯେତେବେଳେ ବର୍ଷର ପରିବର୍ତ୍ତନ ଘଟୁଛି ସେତେବେଳେ ଆମେ ନିଜ ଜୀବନର କିଛି ନିୟମ ପରିବର୍ତ୍ତନ କରିବାକୁ ପଡିବ । ୨୦୨୩ ବର୍ଷ ବିତିଯାଇଛି ଏବଂ ନୂଆ ବର୍ଷ ଆରମ୍ଭ ହୋଇଛି । ଆଜି ସାରା ଦୁନିଆ ଇଂରାଜୀ ନବ ବର୍ଷକୁ ବହୁ ଆଡ଼ମ୍ବର ସହ ପାଳନ କରୁଛି । ତେବେ ପ୍ରତି ନୂଆ ବର୍ଷ ଆମ ପାଇଁ କିଛି ନୂଆ ଜିନିଷ ନେଇ ଆସିଥାଏ । ତେଣୁ ଆପଣ ନିଜ ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ତେବେ ଆସନ୍ତୁ ଜାଣିବା କେଉଁ ୫ଟି କାମ କଲେ ଆମେ ବର୍ଷ ସାରା ଖୁସି ରହିବା ।
ପ୍ରଥମ ଦିନରୁ ସଞ୍ଚୟ କରନ୍ତୁ: ପ୍ରତ୍ୟେକ ଜିନିଷ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ହେଲେ ଏହା ପରେ ମଧ୍ୟ ଆମେ ସଞ୍ଚୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ସେଥିପାଇଁ ନୂଆ ବର୍ଷର ଆରମ୍ଭ ଦିନ କିଛି ନା କିଛି ସଞ୍ଚୟ କରିବା ଆବଶ୍ୟକ । ନଚେତ କୌଣସି ସ୍ଥାନରେ ଆପଣ ନିଜ ଟଙ୍କାକୁ ନିବେଶ କରିପାରିବେ । ଛୋଟ ଛୋଟ ସଞ୍ଚୟରେ ପୁଞ୍ଜି ଏକାଠି ହୋଇଥାଏ । ତେଣୁ ସଞ୍ଚୟ ପାଇଁ ସଂକଳ୍ପ ନିଅନ୍ତୁ ।
ଧ୍ୟାନ କରନ୍ତୁ: ନୂଆ ବର୍ଷର ଆରମ୍ଭରେ ପ୍ରତିଦିନ କିଛି ସମୟ ବାହାର କରି ଧ୍ୟାନ ପାଇଁ ବାହାର କରନ୍ତୁ । ସକାଳୁ ଉଠି ଈଶ୍ୱରକୁ ସ୍ମରଣ କରିବା ଆବସ୍ୟକ । ଏଥିରେ ଅମେକ ପ୍ରକାର ଲାଭ ମିଳିଥାଏ । ଏହି ସକରାତ୍ମକ ଶକ୍ତି ଆମ ଭିତରର ନକରାତ୍ମକତାକୁ ଦୂର କରିଥାଏ ଏବଂ ଆମେ ସାରା ଦିନ କାମ ପାଇଁ ପ୍ରସ୍ତୁତ ହୋଇଥାଉ ।
ବାହାର ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ: ସମୟ ଅଭାବ ଏବଂ ପାଟିର ସ୍ୱାଦ ପାଇଁ ଅନେକ ଲୋକେ ବାହର ଖାଦ୍ୟକୁ ଆପଣେଇ ଥାଆନ୍ତି । କିନ୍ତୁ ଏହା ଆମ ଶରୀରର ଇମ୍ୟୁନ ସିଷ୍ଟମକୁ ଦୁର୍ବଳ କରିଦିଏ । ଏଥିରେ ଆମେ ସହଯରେ ଯେକୌଣସି ରୋଗର ଶିକାର ହୋଇପାରିବା । ତେଣୁ ନୂଆ ବର୍ଷ ଆରମ୍ଭରେ ଆମେ ସମସ୍ତେ ସ୍ୱାସ୍ଥ୍ୟ ଖାଦ୍ୟ ଖାଇବା ଆବଶ୍ୟକ ।
କିଛି ନୂଆ ଶିଖନ୍ତୁ: ନୂଆ ବର୍ଷରେ ସଂକଳ୍ପ ନିଅନ୍ତୁ ଯେ, ପ୍ରଥି ମାସରେ ମୋତେ କୌଣସି ନା କୌଣସି ଦକ୍ଷତାକୁ ବୃଦ୍ଧି କରିବାକୁ ପଡିବ । ଯାହା ଆପଣଙ୍କ କାମ ସହ ରିଲେଟେଡ ହୋଇଥିବ । ଆପଣ ଯେକୌଣସି ଦକ୍ଷତାକୁ ନିଜ ଭିତରେ ଡେଭଲପମେଣ୍ଟ କରିପାରିବେ ।
ନୂଆ ସ୍ଥାନକୁ ବୁଲିବାକୁ ଯାଆନ୍ତୁ: ନୂଆ ବର୍ଷର ଆରମ୍ଭରେ ଆପଣ ଯେକୌଣସି ନୂଆ ସ୍ଥାନକୁ ଭ୍ରମଣ କରନ୍ତୁ । ଯାହାକି ଆପଣଙ୍କୁ ଏହା ରିଫ୍ରେସ ଏବଂ ତାଜା ଅନୁଭବ ଦେବ । ଏହି ଅନୁଭୂତି ପାଇଁ ଆପଣ ନିଜ କାମରେ ଆହୁରୀ ଅଧିକ ଧ୍ୟାନ ଦେଇପାରିବେ ଏବଂ ବୁଲିଲେ ଆପଣ କିଛି ନୂଆ ଜିନିଷ ଶିଖିପାରିବେ ।