ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲାଇକ୍ ଓ ଫଲୋୟର୍ସ ପାଇବାକୁ ଦୁନିଆରେ ମୃତ୍ୟୁ ସହ ଖେଳୁଥିବା ଲୋକଙ୍କ ଅଭାବ ନାହିଁ । ଏମାନେ ଅନଲାଇନ୍ରେ ନିଜର ପ୍ରଚାର ପାଇଁ ବହୁତ ରିସ୍କ ନେଇ ଭୟାନକ କଣ୍ଟେଣ୍ଟ ସେୟାର କରିଥାନ୍ତି । ଏହିପରି ପାକିସ୍ତାନର ଜଣେ ୟୁଟ୍ୟୁବର ନୌମାନ ହସନ ସୋସିଆଲ ମିଡିଆରେ ଯେଉଁ ଭିଡିଓ ସେୟାର କରିଛନ୍ତି ତାହା ଦେଖିଲେ ଆପଣ ଭୟରେ କମ୍ପି ଉଠିବେ ।
View this post on Instagram
ଭିଡିଓରେ ଏକ ୧୦-୧୧ ବର୍ଷର ଶିଶୁ ବାଘ ବେକରେ ଚେନ୍ ପକାଇ ତାକୁ ବୁଲାଉଥିବାର ନଜର ଆସୁଛି । ଭିଡିଓ ଦେଖି ଲାଗୁଛି ଯେପରି ବାଘଟି ପୋଷା ମାନିଛି । ଏଥିରେ ଦେଖିବାକୁ ମିଳୁଛି କି ବାଘଟି ପିଲାଟିକୁ ଚାହିଁ ଗର୍ଜନ କରୁଛି ଯେପରିକି ଆକ୍ରମଣ କରିଦେବ । ଏହା ଦେଖି ପିଲାଟି ଭୟରେ ପଛକୁ ହଟିଯାଉଛି ଓ ଜଣେ ବ୍ୟକ୍ତି ବାଡି ଧରି ବାଘ ଠାରୁ ତାକୁ ରକ୍ଷା କରୁଛି । ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୩୮ ଲକ୍ଷରୁ ଅଧିକ ଥର ଦେଖାସରିଲାଣି ଓ ଲୋକମାନେ ଏହା ଉପରେ ବିଭିନ୍ନ ପ୍ରକାର କମେଣ୍ଟ କରିବାରେ ଲାଗିଛନ୍ତି ।