fbpx
BSKY
BJD SHG SKY
BJD YOUTH SKY

ଘର ଉପରକୁ କେଉଁ ବିପଦ ଆସିଲେ ଗୋମାତା ଆଖିରୁ ଲୁହ ବାହାରିଥାଏ….

ଓଡ଼ିଶା ଭାସ୍କର: ଗାଈକୁ ନେଇ ହିନ୍ଦୁ ଧର୍ମରେ ରହିଛି ଅନେକ ଆଖ୍ୟାନ । କିମ୍ବଦନ୍ତୀ କହେ ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଆପେ ଆପେ ଦୂର ହୋଇଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈରେ ସମସ୍ତ ଦେବା-ଦେବୀ ବାସ କରିଥାନ୍ତି। ତେଣୁ ଗାଈର ପୁଜା କରିଲେ ସମସ୍ତ ଦେବତା ଏବଂ ଦେବୀଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ। ଗାଈ ଉପରେ ସମସ୍ତ ନକ୍ଷତ୍ରର ପ୍ରଭାବ ପଡ଼ିଥାଏ। ଗାଈର ପିଠି ହାଡରେ ସୂର୍ଯ୍ୟ କେତୁ ନାଡ଼ୀ ଥାଏ। ଯାହା ସୂର୍ଯ୍ୟଙ୍କ କିରଣରୁ ରକ୍ତର ସ୍ୱର୍ଣ୍ଣ କ୍ଷ୍ୟାର ତିଆରି ହୋଇଥାଏ। ଏହି ସ୍ୱର୍ଣ୍ଣ କ୍ଷ୍ୟାର ଗାଈର କ୍ଷୀରରେ ରହିଥାଏ। ଯାହା ମଣିଷ ମାନଙ୍କ ପାଇଁ ଅମୃତ ଭୋଳି ହୋଇଥାଏ।

ଏହାର ସୁବର୍ଣ୍ଣ ରଙ୍ଗ ଯୋଗୁ ଗାଈର କ୍ଷୀର ହାଲକା ହଳଦିଆ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ ଯେ ଘରକୁ କେଉଁ ବିପଦ ଆସିଲେ କାନ୍ଦିଥାନ୍ତି ଗୋମାତା। ଘରର ମାଲିକ ଉପରେ ବିପଦ ଆସିଲେ ପ୍ରଥମେ ଗୋମାତା ଜାଣେ । ଆଉ ଜାଣିବାପରେ ତା ଆଖିରୁ ଆପେ ଆପେ ଲୁହ ଚାଲିଆସେ। ଯେଉଁ ଦିନ ସକାଳେ ଦେଖିବେ ଗୋମାତାର ଆଖିରୁ ଲୁହ ବାହାରୁଛି, ସେହିଦିନ ଠାରୁ 6 ମାସ ଭିତରେ ଘରକୁ କିଛି ନା କିଛି ବିପଦ ଆସୁଛି ବୋଲି ଜଣିବେ। ଆହୁରି ଏଭଳି ଅନେକ ବିପଦ, ଯେପରିକି ଘରେ କାହାର ଦେହ ଖରାପ ହେବା ଅଗରୁ ମଧ୍ୟ ଗୋମାତା ଅଗ ଜଣିଥାଏ, ଆଉ ସେ ସେଥିପାଇଁ ମଧ୍ୟ କାନ୍ଦିଥାଏ। ଆଉ ଏକ କାରଣ ଯହି କାହାର ଦୁର୍ଘଟଣା କିମ୍ବା ଅକାଳ ମୃତ୍ୟୁ ହେବାର ଥାଏ ତେବେ ମଧ୍ୟ ଗୋମାତା ଆଖିରୁ ଲୁହ ଆସିଥାଏ। ଏକଥା ଆମେ କହୁନୁ ବରଂ ଅନେକ ସାଧୁ ସନ୍ଥ ତାଙ୍କର ଅନୁଭୂତିରେ କିଛି ଗ୍ରନ୍ଥରେ ବର୍ଣ୍ଣନା କରିଛନ୍ତି।

Get real time updates directly on you device, subscribe now.