fbpx

Breaking…୧୯୯୨ ବାବ୍ରି ମସଜିଦ୍ ଦଙ୍ଗା ମାମଲା; ଶ୍ରୀକାନ୍ତ ପୂଜାରୀଙ୍କୁ ଜାମିନ ପ୍ରଦାନ କଲେ କର୍ଣ୍ଣାଟକ ଅଦାଲତ

ବେଙ୍ଗାଲୁରୁ: ୧୯୯୨ ବାବ୍ରି ମସଜିଦ୍ ଦଙ୍ଗା ମାମଲାରେ ଶ୍ରୀକାନ୍ତ ପୂଜାରୀଙ୍କୁ ଜାମିନ ପ୍ରଦାନ କଲେ କର୍ଣ୍ଣାଟକ ଅଦାଲତ। ୧୯୯୨ରେ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ହୁବଲିରେ ହୋଇଥିବା ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଶ୍ରୀକାନ୍ତ ପୂଜାରୀଙ୍କୁ ଗିରଫ କରିଥିଲା ପୋଲିସ। ସେପଟେ କୋର୍ଟଙ୍କ ରାୟକୁ ସ୍ୱାଗତ କରି ଆଇନଜୀବୀ ସଞ୍ଜୀବ ବଡ଼ସାକା କହିଛନ୍ତି, ବର୍ତ୍ତମାନ ଆମ ପାଖରେ ଜାମିନ କପି ନାହିଁ। ଜାମିନ ସର୍ତ୍ତ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। କପି ନେବା ପରେ ଆମେ ଆବେଦନ କରିବୁ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ତାଙ୍କୁ ଛାଡ଼ି ଦିଆଯିବ।

କର୍ଣ୍ଣାଟକରେ ଏହି ୩୧ ବର୍ଷ ପୁରୁଣା ଦଙ୍ଗା ମାମଲାକୁ ନେଇ ଆଗରୁ ଅନେକ ଉତ୍ତେଜନା ପ୍ରକାଶ ପାଇଛି।  ଏପରିକି ବିଜେପି-କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ମୁହାଁମୁହିଁ ହୋଇଛନ୍ତି । ଶ୍ରୀକାନ୍ତ ପୂଜାରୀଙ୍କ ଗିରଫଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ବିଜେପି ମୋର୍ଚ୍ଚା ଖୋଲିଛି। ଶ୍ରୀକାନ୍ତ ପୂଜାରୀଙ୍କ ଓକିଲ ସଞ୍ଜୀବ ଶନିବାର ତାଙ୍କ କ୍ଲାଏଣ୍ଟଙ୍କୁ ମୁକ୍ତ କରାଯାଇପାରେ ବୋଲି ଆଶା ବ୍ୟକ୍ତ କରିଥିଲେ। ଗତକାଲି କୋର୍ଟରେ ଯୁକ୍ତି ହୋଇଥିଲା ଏବଂ ଆମେ ଆଶା କରୁଛୁ ଯେ କୋର୍ଟ ଆମ ସପକ୍ଷରେ ଆଦେଶ ଦେବେ। ନିକଟରେ ରାଜ୍ୟ ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଥିଲେ ଯେ ଶ୍ରୀକାନ୍ତ ପୂଜାରୀଙ୍କ ବିରୋଧରେ ଆଗରୁ ୧୬ଟି ମାମଲା ରୁଜୁ ହୋଇଛି।

Get real time updates directly on you device, subscribe now.