fbpx

T20 WC-2024; ଏହି ଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ICC ଘୋଷଣା କଲା Schedule

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପରେ ବର୍ତ୍ତମାନ ଟି-୨୦ ବିଶ୍ୱକପକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । ଦିନିକିଆ କ୍ରିକେଟରେ ଅଧାରେ ରହି ଯାଇଥିବା ଟ୍ରଫି ସ୍ୱପ୍ନକୁ ପୁଣିଥେରେ ସାକାର କରିବାକୁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହା ମଧ୍ୟରେ ଆସନ୍ତା ଟି-୨୦ ବିଶ୍ୱକପ-୨୦୨୪ ପାଇଁ ଖେଳସୂଚୀ ଜାରି କରିଛି ଆଇସିସି । ବିଶେଷ କରି ଏହି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୁଣିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଆଇସିସି ତରଫରୁ ଟି-୨୦ ବିଶ୍ୱକପର ଖେଳସୂଚୀ ଜାରି ହେବା ପରେ ଏହି ହାଇ ଭୋଲ୍ଟେଜ ମ୍ୟାଚର ତାରିଖ ମଧ୍ୟ ସାମନାକୁ ଆସିଛି ।

ତେବେ ଖେଳସୂଚୀ ଅନୁସାରେ, ଆସନ୍ତା ଜୁନ୍ ୪ ତାରିଖରେ ଆରମ୍ଭ ହେବ ଟି-୨୦ ବିଶ୍ୱକପ ୨୦୨୪ର ମହାକୁମ୍ଭ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରତ୍ୟେକ ଦଳକୁ ୪ ଗ୍ରୁପରେ ଭାଗ କରାଯାଇଛି । ଗ୍ରୁପ ଏ’ରେ ଭାରତ ଏବଂ ପାକିସ୍ତାନ ସମେତ ଆୟରଲାଣ୍ଡ, କାନାଡ଼ା ଏବଂ ୟୁଏସଏ ସାମିଲ ରହିଛି । ସେହିପରି ଗ୍ରୁପ ବି’ରେ ଟି-୨୦ ଚମ୍ପିଆନ ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମିବିଆ, ସ୍କଟଲାଣ୍ଡ ଏବଂ ଓମାନ ସ୍ଥାନ ପାଇଛନ୍ତି । ଏହାପରେ ଗୁପ ସି’ରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ୟୁଗାଣ୍ଡା ଏବଂ ପପୁଆ ନ୍ୟୁ ଗିନି ଦଳକୁ ସାମିଲ କରାଯାଇଛି । ଗ୍ରୁପ ଡି’ରେ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲାଣ୍ଡସ ସହ ନେପାଳ ମଧ୍ୟ ରହିଛି ।

ଆଇସିସିର ଏହି ମେଗା ଇଭେଣ୍ଟର ପ୍ରସାରଣ ଦାୟିତ୍ୱରେ ରହିଥିବା ଷ୍ଟାର ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳସୂଚୀ ମଧ୍ୟ ଜାରି କରିଛି । ତେବେ କେଉଁ କେଉଁ ଦିନ ରହିଛି ଭାରତର ମ୍ୟାଚ:

ଜୁନ୍ ୫: ଭାରତ ବନାମ ଆୟରଲାଣ୍ଡ

ଜୁନ୍ ୯: ଭାରତ ବନାମ ପାକିସ୍ତାନ

ଜୁନ୍ ୧୨: ଭାରତ ବନାମ ୟୁଏସଏ

ଜୁନ୍ ୧୫: ଭାରତ ବନାମ କାନାଡ଼ା

Get real time updates directly on you device, subscribe now.