fbpx

ମନ ମାନିଲାନି… ୯ ଦିନରେ ‘ଦଳ’ ଛାଡ଼ିଦେଲେ ଧୋନୀଙ୍କ ସାଥୀ ଖେଳାଳି

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଇପିଏଲ ୨୦୨୪ । ଏଥିପାଇଁ ଅକ୍ସନ ପ୍ରକ୍ରିୟା ମଧ୍ୟ ଶେଷ ହୋଇସାରିଛି । ତେବେ ଏହି ସିଜନ ଆରମ୍ଭ ହେବା ପୂର୍ବରୁ କ୍ୟାପଟେନ କୁଲ ମାହିଙ୍କ ସାଥୀ ଖେଳାଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗତ ସିଜନର ଫାଇନାଲ ମ୍ୟାଚରେ ମ୍ୟାଚ ୱିନିଙ୍ଗ ପାରି ଖେଳି ଚେନ୍ନାଇକୁ ବିଜୟୀ କରାଇଥିବା ଅମ୍ବାତି ରାୟୁଡୁ ଏବେ ରାଜନୀତିରୁ ମଧ୍ୟ ଓହରି ଯାଇଛନ୍ତି । କିଛି ଦିନ ତଳେ ରାଜନୀତି ଜଗତରେ ପାଦ ଥାପିଥିବା ବେଳେ ଆଜି ସେ ଦଳ ଛାଡ଼ିଥିବା ଜାଣିବାକୁ ମିଳିଛି । YSRCPରେ ଯୋଗ ଦେବାର ମାତ୍ର ୯ ଦିନ ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ରାୟୁଡୁ ।

ଗତ ଆଇପିଏଲରେ କ୍ରିକେଟରୁ ବିଦାୟ ନେଇଥିବା ଚେନ୍ନାଇ ସୁପର କିଙ୍ଗସ ଷ୍ଟାର ବ୍ୟାଟର ଅମ୍ବାତି ରାୟୁଡୁ ଡିସେମ୍ବର ୨୮ ତାରିଖରେ ରାଜନିତିରେ ପାଦ ଥାପିଥିଲେ । ଆନ୍ଧ୍ରପ୍ରଦେଶର ସତ୍ତାଧାରୀ ପାର୍ଟି ୱାଇଏସଆରସିପିରେ ସାମିଲ ହୋଇଥିଲେ ପୂର୍ବତନ କ୍ରିକେଟର ରାୟୁଡୁ । କିନ୍ତୁ ମାତ୍ର ୯ ଦିନ ପରେ ହିଁ ସେ ଦଳରୁ ଇସ୍ତଫା ଦେବା ଭଳି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ସେ ରାଜନୀତିରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ୱାଇଏସଆରସିପି ପାର୍ଟି ଛାଡ଼ିବା ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ଟ୍ୱିଟରରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ମୁଁ ୱାଇଏସଆର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଛି । କିଛି ଦିନ ପାଇଁ ରାଜନୀତିରୁ ଦୂରେଇ ରହିବା ପାଇଁ ଚିନ୍ତା କରୁଥିବା ସେ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ତେବେ ଆଗାମୀ ଦିନରେ ପରବର୍ତ୍ତୀ ପ୍ଲାନ ବିଷୟରେ ସୂଚନା ଦେବେ ବୋଲି କହିଛନ୍ତି ରାୟୁଡୁ । ଗତବର୍ଷ ଆଇପିଏଲ ପରଠାରୁ କ୍ରିକେଟରୁ ସେ ଅବସର ଘୋଷଣା କରିଥିଲେ । ଗୁଜୁରାଟ ଟାଇଟନ୍ସ ବିପକ୍ଷ ଫାଇନାଲ ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ଚେନ୍ନାଇକୁ ଚମ୍ପିଆନ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଅମ୍ବାତି ରାୟୁଡୁ ।

Get real time updates directly on you device, subscribe now.