fbpx

(Video) ଗ୍ରାଉଣ୍ଡ ବାହାରେ ବି ବିବାଦରେ ଶାକିବ: ନିର୍ବାଚନରେ ଜଣକୁ ଚାପୁଡ଼ା ମାରିଲେ ବାଂଲାଦେଶୀ ଅଧିନାୟକ

ନୂଆଦିଲ୍ଲୀ: ବାଂଲାଦେଶର ଅଧିନାୟକ ଶାକିବ ଅଲ୍ ହାସନଙ୍କ ପିଛା ଛାଡ଼ୁନି ବିବାଦ । କ୍ରିକେଟ ହେଉ କି ନିର୍ବାଚନ ସବୁଠି ବିବାଦ ଘେରରେ ରହିଛନ୍ତି ଶାକିବ । ବର୍ତ୍ତମାନ ସେ ବାଂଲାଦେଶରେ ନିର୍ବାଚନ ଲଢୁଥିବା ବେଳେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରାୟ ଦେଢ ଲକ୍ଷ ଭୋଟରେ ବିଜୟୀ ହୋଇଛନ୍ତି ଶାକିବ । କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରୁଥିବାର ଏକ ଭିଡିଓକୁ ନେଇ ଏବେ ସେ ପୁଣିଥରେ ବିବାଦ ଘେରକୁ ଟାରି ହୋଇ ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣା ପାଇଁ ଶାକିବଙ୍କୁ ଖୁବ ନିନ୍ଦା କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ସଚନା ଅନୁସାରେ, ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ଶାକିବ ଅଲ୍ ହାସନ ଦଳ ପାଇଁ ସମସ୍ତ ଫର୍ମାଟରେ ନେତୃତ୍ୱ ନେଉଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି ପକ୍ଷରୁ ନିର୍ବାଚନ ଲଢି ସେ ଏକ ବି।।ଳ ବିଜୟ ହାସଲ କରିଛନ୍ତି । କିନ୍ତୁ ଏହାମଧ୍ୟରେ ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ନିର୍ବାଚନ ପ୍ରଚାର ସମୟରେ ଜଣେ ବ୍ୟକ୍ତି ଶାକିବଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଥିବା ବେଳେ ସେ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏହାପରେ ତାଙ୍କୁ ସେଠାରୁ ହଟାଇ ଦେଇଥିବାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ତେବେ ଏହି ଭିଡିଓ ଗତ ଜାନୁୟାରୀ ବୋଲି ଜାଣିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ଫେରୀଦପୁରରେ ହୋଇଥିବା ରାଲି ସମୟରେ ଶାକିବ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।

ମଗୁରା-୧ ପାଇଁ ଅବାମୀ ପାର୍ଟି ତରଫରୁ ନିର୍ବାଚନ ଲଢିଥିଲେ ବାଂଲାଦେଶୀ ଅଧିନାୟକ ଶାକିବ ଅଲ ହାସନ୍ । ଏହି ଲଢେଇରେ ଶାକିବ ୧,୮.୩୮୮ ଭୋଟରେ ବିଜୟୀ ହୋଇଛନ୍ତି । ତେପେ ଶାକିବଙ୍କ ପ୍ରତିଦ୍ୱନ୍ଦୀ ମାତ୍ର ୪୫,୯୯୩ଟି ଭୋଟ ପାଇବାରେ ସମର୍ଥ ହୋଇଛନ୍ତି । ତେବେ ତାଙ୍କର ଏଭଳି କାରନାମା ପୂର୍ବରୁ କ୍ରିକେଟ ମଇଦାନରେ ମଧ୍ୟ ଦେଖିବାକୁ ମିଳିଛି । ଢାକା ପ୍ରିମିୟର ଲିଗରେ ଅମ୍ପାୟାରଙ୍କୁ ଅସଦାଚରଣ ସହ ୱିକେଟ ଫିଙ୍ଗିବା ମାମଲାରେ ତାଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡ ନିଲମ୍ବିତ ମଧ୍ୟ କରିଥିଲା ।

Get real time updates directly on you device, subscribe now.