fbpx

ମାଳଦ୍ୱୀପ ବିବାଦ: ସ୍ପଷ୍ଟିକରଣ ଦେବାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟରେ ହାଜର ହେଲେ ମାଳଦ୍ୱୀପର ହାଇ କମିଶନର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଳଦ୍ୱୀପ ଗସ୍ତ ଉପରେ ଦିଆଯାଇଥିବା ଆପତ୍ତିଜନକ ଟିପ୍ପଣୀ ମାଳଦ୍ୱୀପ ଉପରେ ଭାରି ପଡ଼ିଛି । ସୋସିଆଲ ମିଡ଼ିଆରେ ମାଳଦ୍ୱୀପ ବୟକଟ୍ ଟ୍ରେଣ୍ଡ କରୁଛି । ଏହି ପରିପ୍ରେକ୍ଷୀରେ ମାଳଦ୍ୱୀପ ସରକାର ୩ ମନ୍ତ୍ରୀଙ୍କୁ ରବିବାର ନିଲମ୍ବିତ କରିଥିଲା । ପରେ ଏକ ଅନଲାଇନ୍ ଟ୍ରାଭେଲ କମ୍ପାନୀ ଦ୍ୱାରା ମାଳଦ୍ୱୀପ ପାଇଁ ସମସ୍ତ ଫ୍ଲାଇଟର ବୁକିଂ ରଦ୍ଦ କରିଦିଆ ଯାଇଥିଲା । ବର୍ତ୍ତମାନ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଘନେଇବାରେ ଲାଗିଛି । ଏଥିମଧ୍ୟରେ ଭାରତ ସରକାର ମାଳଦ୍ୱୀପର ହାଇ କମିଶନରଙ୍କୁ ଡକାଇଥିଲେ । ପରେ ମାଳଦ୍ୱୀପର ହାଇ କମିଶନର ଇବ୍ରାହିମ ଶାହୀବ୍ ୩ ଜଣ ନିଲମ୍ବିତ ମନ୍ତ୍ରୀଙ୍କ ସହ ସ୍ପଷ୍ଟିକରଣ ଦେବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପହଞ୍ଚିଥିଲେ । ତେବେ କିଛି ସମୟ ପରେ ସେଠାରୁ ଚାଲି ଆସିଥିଲେ । ପ୍ରଧାନମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୋସିଆଲ ମିଡ଼ିଆରେ ଚିନ୍ତା ବ୍ୟକ୍ତ କରିଛି ।

Get real time updates directly on you device, subscribe now.