fbpx

ମାଗଣାରେ ପାଆନ୍ତୁ ଶ୍ରୀରାମଙ୍କ ପ୍ରସାଦ! ଜାନୁଆରୀ ୨୨ରେ ଅଯୋଧ୍ୟା ଯାଇ ପାରୁନାହାନ୍ତି କି, ଘରେ ପ୍ରସାଦ ପହଞ୍ଚିବା ନେଇ କ’ଣ ରହିଛି ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାନୁଆରୀ ମାସ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ହେବ । ଏହି ଅବସରରେ ୧୧ ହଜାର ଭିଆଇପି ଯୋଗେଦେବେ । ସମସ୍ତେ ଅଯୋଧ୍ୟାରେ ପହଞ୍ଚିବା ପରେ ସେମାନଙ୍କୁ ଏକ ଖାସ୍ ଉପହାର ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି । ରାମଙ୍କର ଏହି ଦିବ୍ୟ ଅନୁଭୂତିକୁ ଲାଭ କରିବାକୁ ସମସ୍ତଙ୍କର ମନରେ ଆଶା ଥାଏ । ପ୍ରଭୁଙ୍କ ପ୍ରତିଷ୍ଠା ଦିବସର ପ୍ରସାଦ ପାଇବାକୁ ସବୁ ଭକ୍ତ ଚାହିଁ ରହିଥାନ୍ତି ।

ଯେଉଁ ଶ୍ରୀରାମଙ୍କ ସାନ୍ନିଧ୍ୟ ପାଇଁ ଅନେକ ନର, ରାକ୍ଷସ ମୁକ୍ତି ପାଇଛନ୍ତି ସେହି ପ୍ରଭୁଙ୍କ ପ୍ରସାଦ ପାଇ ଧନ୍ୟ ହେବାକୁ କିଏ ବା ନ ଚାହିଁବ? ତେବେ ଆପଣ ଯଦି ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ଯାଇ ପାରୁନାହାନ୍ତି ତେବେ ଆପଣଙ୍କ ଘରେ ପ୍ରଭୁଙ୍କ ପ୍ରସାଦ ପହଞ୍ଚି ପାରିବ । ଆପଣମାନେ ଚାହିଁଲେ ଏହାକୁ ଅନଲାଇନରେ ଅର୍ଡର କରିପାରିବେ । ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ରାମ ମନ୍ଦିର ଭବ୍ୟ ଉଦଘାଟନ ଉତ୍ସବକୁ ନେଇ ସାରା ଦେଶରେ ଏକ ଅପୂର୍ବ ମାହୋଲ ଦେଖିବାକୁ ମିଳିଥିବା ବେଳେ ଏହି ଅବସରରେ ପ୍ରତି ଭକ୍ତ ଅଯୋଧ୍ୟାରେ ପହଞ୍ଚିବାକୁ ପ୍ରାଣପଣେ ପ୍ରୟାସ କରୁଛନ୍ତି । ତେବେ ଆପଣ ଅଯୋଧ୍ୟା ଯାଇ ନ ପାରିଲେ ବି ଯଦି ପ୍ରଭୁଙ୍କ ପ୍ରସାଦ ପାଇବାକୁ ଚାହାନ୍ତି ତେବେ ତେବେ ତାହାକୁ ଅନଲାଇନରେ ଅର୍ଡର କରିପାରିବେ । ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ରାମ ପ୍ରସାଦ ପାଇବା ପାଇଁ ଆପଣଙ୍କୁ ଗୁଗଲକୁ ଯାଇ ଖଦି ଅର୍ଗାନିକ ଟାଇପ କରିବାକୁ ପଡ଼ିବ । ଏହାପରେ ଫ୍ରି ପ୍ରସାଦ ଅପ୍ସନ ଦେଖାଯିବ । ତା’ ଉପରେ କ୍ଲିନିକ କଲେ ଆପଣଙ୍କୁ ଆଡ୍ ଟୁ କୋର୍ଟ ଓ ବାଏ ନାଓ ଅପ୍ସନ ମିଳିବ । ଏହାର ପ୍ରୋସେସିଂ ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ । ଆପଣ ନିଜର ସମ୍ପୂର୍ଣ୍ଣ ଠିକଣା ଓ ସବିଶେଷ ତଥ୍ୟ ସାବଧାନତାର ସହ ପୂରଣ କରନ୍ତୁ । ନିଜର ଅର୍ଡର କନଫର୍ମ ହେବା ପରେ ଆପଣ ତାହାକୁ ୨୨ ତାରିଖ ପରେ ଟ୍ରାକ କରିପାରିବେ ବୋଲି ୱେବସାଇଟରେ କୁହାଯାଇଛି । ଏହି ୱେବସାଇଟ୍ ଆପଣଙ୍କୁ କେବଳ ଗୋଟିଏ ପ୍ରସାଦ ଡବା ମାଗଣାରେ ଡେଲିଭରି କରିପାରେ । ଅର୍ଡର ପ୍ଲେସ କରିବା ପରେ ଯଦି କୌଣସି କନଫର୍ମେସନ ମେସେଜ ନମିଳେ ତେବେ ଆପଣ ପ୍ରଦତ୍ତ ନମ୍ବରରେ କଲ୍ ବା ମେସେଜ୍ କରିପାରିବେ । କେବଳ ଜାଣିବା ପାଇଁ ଏହି ତଥ୍ୟ ଆପଣଙ୍କୁ ଦିଆଯାଇଛି । ଅର୍ଡର କରିବା ପୂର୍ବରୁ ଆପଣ ଏହାର ରିଭ୍ୟୁ ଓ ରେଟିଙ୍ଗ ନିଶ୍ଚିତ ଭାବେ ଚେକ୍ କରନ୍ତୁ ।

Get real time updates directly on you device, subscribe now.