fbpx
BSKY SKY
BSKY SKY

ଏଥର ଶୁଭ ଯୋଗରେ ପଡୁଛି ମକର ସଂକ୍ରାନ୍ତି; କରନ୍ତୁ ଏହି ଗୋଟିିଏ କାମ, ବର୍ଷ ସାରା ରହିବନି ଧନର ଅଭାବ

BSKY

ଓଡ଼ିଶା ଭାସ୍କର:ଆସନ୍ତା ୧୫ ତାରିଖରେ ପଡୁଛି ମକର ସଂକ୍ରାନ୍ତି ପର୍ବ । ଏହିଦିନ ସୂର୍ଯ୍ୟଙ୍କ ଗତି ବଦଳିଥାଏ । ଏହିଦିନ ସୂର୍ଯ୍ୟ ଧନୁରୁ ବାହାରି ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି କାରଣରୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ଚଳିତ ଥର ମକର ସଂକ୍ରାନ୍ତି ବହୁତ ଶୁଭ ରହିଛି । କାରଣ ଏହିଦିନ ବରିୟାନ ଯୋଗ, ରବି ଯୋଗର ସଂଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାସହିତ ୫ ବର୍ଷ ପରେ ମକର ସଂକ୍ରାନ୍ତି ସୋମବାର ପଡୁଛି । ଏହିଦିନ ସୂର୍ଯ୍ୟଙ୍କ ସହ ଭଗବାନ ଶିବଙ୍କ ଆଶୀର୍ବାଦ ବି ମିଳିବ । ଏହି କ୍ରମରେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ କେଉଁ ଶୁଭ କାର୍ଯ୍ୟ କରିବା ଦ୍ୱାରା ବର୍ଷ ସାରା ମାତା ଲକ୍ଷ୍ମୀଙ୍କ କୃପା ପାଇବେ ।

ଏହିଦିନ ପୂଜାଘରେ ଶ୍ରୀଯନ୍ତ୍ର ସ୍ଥାପନା କରନ୍ତୁ । କାରଣ ଏହି ଯନ୍ତ୍ର ମା’ ଲକ୍ଷ୍ମୀଙ୍କ ସବୁଠାରୁ ପ୍ରିୟ ଯନ୍ତ୍ର । ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଧନ ସଂପତ୍ତିର ଅଭାବ ରହିବ ନାହିଁ । ତେବେ ଶ୍ରୀଯନ୍ତ୍ର ସ୍ଥାପନା ପୂର୍ବରୁ ଏହା ଧ୍ୟାନ ରଖନ୍ତୁ କି ଏହି ଯନ୍ତ୍ର ପୁରା ନିର୍ଭୁଲ ଭାବରେ ତିଆରି ହୋଇଥିବ । ଏହା ସହିତ ଏହାକୁ ବିଧି ବିଧାନର ସହ ସ୍ଥାପନା କରାଯିବା ଉଚିତ ।

Get real time updates directly on you device, subscribe now.