fbpx

(Video) ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ; ୯୨ବର୍ଷ ବୟସରେ ସାଢ଼େ ୪ଘଣ୍ଟା ଛିଡ଼ା ହୋଇ ଲଢ଼ିଥିଲେ କେସ୍

ଓଡ଼ିଶା ଭାସ୍କର: ରାମ ମନ୍ଦିର କେସ ଜିତାଇଥିବା ଇଏ ସେହି ମହାନ ଓକିଲ, ଭାରତୀୟ ନ୍ୟାୟ ସଂହିତାର ଭୀଷ୍ମ ପିତାମହ । ୯୨ ବର୍ଷରେ ସାଢ଼େ ୪ ଘଣ୍ଟା କାଳ ଛିଡ଼ା ହୋଇ ଲଢ଼ିଥିଲେ କେସ। ଭଗବାନ ରାମ ହେଉଛନ୍ତି ମୋ କ୍ଲାଇଣ୍ଟ । ମୁଁ ଆଜି ପର୍ଯ୍ୟନ୍ତ ଆଶସନରେ ବଶି କେସ ଲଢ଼ି ନାହିଁ । ଆଉ ଆଜି ଯେତେବେଳେ ମୁଁ ମୋ ଭଗବାନଙ୍କ ପାଇଁ କେସ ଲଢ଼ୁଛି ଭଗବାନଙ୍କୁ ନ୍ୟାୟ ଦେବା ପାଇଁ ଚାହୁଁଛି ସେତେବେଳେ କେମିତି ଆଶନରେ ବସି କେସ ଲଢ଼ିବି । ଆଜି ବି ମୋ ଗୋଡ଼ରେ ସେତିକି ଶକ୍ତି ରହିଛି । ଯେତେ ସମୟ ହେଲେ ବି ମୁଁ ଏମିତି ଆପଣଙ୍କ ଆଗରେ ଛିଡ଼ା ହୋଇ କେସ ଲଢ଼ିପାରିବି ମୋ ନ୍ୟାୟଧିସ । ଆଉ ଏହା ଶୁଣିଲା ପରେ କିଛି କହିବା ପାଇଁ ଶବ୍ଦ ପାଇ ନଥିଲେ ଜଜ୍ ମହୋଦୟ । ସେ ହେଉଛନ୍ତି ଭଗବାନ ରାମଙ୍କ ଓକିଲ କେ ପରାସରଣ ।

ଆଜି ପୁରା ଭାରତ ବର୍ଷ ଖୁସିରେ ନାଚି ଉଠୁଛି । କାରଣ ରାମଙ୍କ ମନ୍ଦିର ପ୍ରତିଷ୍ଠା ହେଉଛି । ହେଲେ ଏହି ମନ୍ଦିର ପାଇଁ ଯିଏ କୋର୍ଟରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ କେସ ଲଢ଼ିଥିଲେ ସେକଥା ସମସ୍ତେ ପ୍ରାୟ ଭୁଲି ଯାଇଛନ୍ତି । କାହା ପାଇଁ ଆଜି ଏହି ଦିନ ଦେଖିବାକୁ ମିଳିଛି ବୋଧ ହୁଏ ତାଙ୍କୁ କେହି ମନେ ରଖି ନାହାଁନ୍ତି । ହେଲେ ଆମେ ଆସି କହିବୁ କେ ପରାସରଣଙ୍କୁ ନେଇ ସେହି ମହାନ କଥା । ସେଦିନ ଥାଏ ଶେଷ ଶୁଣାଣି । ସକାଳୁ ସକାଳୁ କୋର୍ଟରେ ଯାଇ ପହଞ୍ଚି ଯାଆନ୍ତ ବରିଷ୍ଠ ଓକିଲ କେ ପରାସରଣ । ଆରମ୍ଭ ହୁଏ ଶୁଣାଣି । ଘଣ୍ଟା ଘଣ୍ଟା ଧରି ଚାଲେ ପ୍ରଶ୍ନକାଳ । କେ ପରାସରଣ ଦିର୍ଘ ସାଢ଼େ ୪ ଘଣ୍ଟା ଧରି ୯୨ ବର୍ଷ ବୟସରେ ଛିଡ଼ା ହୋଇ ବିରୋଧି ଓକିଲଙ୍କ ସହ କେସ ଲଢ଼ିଥିଲେ ।

ଜଜ୍ ତାଙ୍କୁ ବଶି ପଡ଼ିବାକୁ କହିଥିଲେ ସୁଦ୍ଧା ସେ କିନ୍ତୁ ବସିବାକୁ ମନା କରିଦେଇଥିଲେ । କହିଥିଲେ କି ମୁଁ ମୋ ଭଗବାନଙ୍କ ପାଇଁ କେସ ଲଢ଼ୁଛି । ମୁଁ କେମିତି ବସି ପାରିବି । ଏଭଳି କଥା ଶୁଣିଲା ପରେ ପୁରା ଚୁପ ହୋଇଯାଇଥିଲେ ଜଜ୍ ମହୋଦୟ । ତେବେ ଅନେକ ଦିନର ଲଢ଼େଇ ପରେ ଶେଷରେ ବିଜୟ ହାସଲ କରିଥିଲେ । କେ ପରାସରଣ କେବେ ହେଲେ ହାର ମାନି ନାହାଁନ୍ତି । ସେଥିପାଇଁ ତାଙ୍କୁ କୁହାଯାଏ ଭାରତୀୟ ନ୍ୟାୟ ସଂହିତାର ଭିଷ୍ମ ପିତାମହ । ପ୍ରତିକ୍ଷଣ ସେ ଭଗବାନଙ୍କ ଠାରୁ ଶକ୍ତି ନେଇ କେସ ଲଢ଼ିଛନ୍ତି । ଭଗବାନଙ୍କୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିଛନ୍ତି । ଯଦି ଦେଖିବା କେ ପରାସରଣଙ୍କୁ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠାକୁ ନିମନ୍ତ୍ରଣ କରାଯାଇଛି । ହେଲେ ଏବେ ତାଙ୍କୁ ୯୬ ବର୍ଷ ହୋଇଥିବା ବେଳେ ସେ ପ୍ରତିଷ୍ଠା ମହୋତ୍ସବକୁ ଆସିବେ କି ନାହିଁ ତାହା ଠିକ ହୋଇ ନାହି । ଏହା ପୂର୍ବରୁ କେ ପରାସରଣ ରାମନ୍ଦିର ଆସି କାମ କେମିତି ହେଉଛି ତାହାର ତଦାରଖ କରିଥିଲେ ।

Get real time updates directly on you device, subscribe now.