fbpx

(video)ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ କଲେ ଯାତ୍ରୀଙ୍କୁ ସ୍ୱାଗତ; ଇଣ୍ଡିଗୋ ଷ୍ଟାଫଙ୍କ ଏହି ନୂଆ ଅନ୍ଦାଜ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଇଣ୍ଡିଗୋର ଷ୍ଟାଫ୍ ଭଗବାନ ରାମ, ଲକ୍ଷ୍ମଣ ଓ ମାତା ସୀତା ଓ ହନୁମାନଙ୍କ ବେଶଭୂଷା ଧାରଣ କରିଛନ୍ତି । ଭିଡିଓଟି ଅହମ୍ମଦାବାଦ ବିମାନବନ୍ଦରର ବୋଲି କୁହାଯାଉଛି ।

୨୨ ଜାନୁୟାରୀରେ ଭାରତ ଏକ ନୂଆ ଇତିହାସ ରଚିବାକୁ ଯାଉଛି । ଏହିଦିନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଶୁଭ ଅବସରକୁ ନେଇ ପୁରା ଦେଶ ଏବେ ରାମମୟ ହୋଇଉଠିଛି । ଦେଶବାସୀଙ୍କ ସହିତ ବଡ ବଡ କମ୍ପାନୀ ମଧ୍ୟ ରାମ ଭକ୍ତିରେ ମଜି ଯାଇଛନ୍ତି । ଭଗବାନ ରାମଙ୍କ ସ୍ୱାଗତକୁ ନେଇ ବଡ ବଡ କମ୍ପାନୀ ମଧ୍ୟ ନିଜର ବିଜନେସ୍ ଥିମ୍ ଭକ୍ତିମୟ କରିବାରେ ଲାଗିଛନ୍ତି । ଶ୍ରଦ୍ଧାଳୁଙ୍କ ମନୋଭାବକୁ ଲକ୍ଷ୍ୟ କରି ଏହା କମ୍ପାନୀମାନଙ୍କର ବିଜନେସ୍ ପ୍ଲାନ ବି ହୋଇଥାଇପାରେ । ଏହି କ୍ରମରେ ଇଣ୍ଡିଗୋ ଏୟାରଲାଇନ୍ସର ସଦସ୍ୟମାନେ ଭଗବାନ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନ ବେଶଭୂଷାରେ ନଜର ଆସିଛନ୍ତି । ସେମାନଙ୍କର ଏପରି ବେଶଭୂଷାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି ।

ଅହମ୍ମଦାବାଦ ଓ ଅଯୋଧ୍ୟା ମଧ୍ୟରେ ଏହି ଏୟାରଲାଇନ୍ସର ଉଦଘାଟନ ଉଡାଣ ସମୟରେ ସବୁଜ ପତାକା ଦେଖାଇବା ଲାଗି ସମସ୍ତ ସଦସ୍ୟ ଏହି ରୂପ ଧାରଣ କରିଥିଲେ ଓ ଯାତ୍ରୀଙ୍କୁ ସ୍ୱାଗତ କରିଥିଲେ । ଇଣ୍ଡିଗୋ ସଦସ୍ୟଙ୍କର ଏହି ରୂପ ଦେଖି ସମସ୍ତ ଯାତ୍ରୀ ବେଶ୍ ପ୍ରଭାବିତ ହୋଇଥିଲେ ଓ ବିମାନବନ୍ଦରରେ ତାଳିର ଗୁଞ୍ଜରଣ ଶୁଭିିଥିଲା ।

Get real time updates directly on you device, subscribe now.