fbpx

ରାଷ୍ଟ୍ରପତିଙ୍କ ପୁଅକୁ ଜେଲ ପଠାଇଲେ ଅଦାଲତ: ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ମାମଲା…

ନୂଆଦିଲ୍ଲୀ: ନିୟମ ଏବଂ କାନୁନ ଆଗରେ ସମସ୍ତେ ସମାନ ହୋଇଥାନ୍ତି । ସେ ଜଣେ ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ବଡ଼ ପଦ-ପଦବୀରେ କାର୍ଯ୍ୟରତ ଅଧିକାରୀ ବା ତାଙ୍କ ସମ୍ପର୍କୀୟ । ପ୍ରତ୍ୟେକ ବ୍ୟକ୍ତି ପାଇଁ ଅପରାଧର ପରିଣାମ ସମାନ ହିଁ ହୋଇଥାଏ । ଯାହାର ପ୍ରମାଣ ଦେଇଛନ୍ତି ତୁର୍କୀର କୋର୍ଟ । ଏକ ମାମଲାରେ ଅଭିଯୋଗ ପରେ ସମ୍ପୃକ୍ତ ଅଭିଯୁକ୍ତକୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ । ତେବେ ଏହି ମାମଲାର ଅଭିଯୁକ୍ତ ହେଉଛନ୍ତି ସୋମାଲିୟାର ରାଷ୍ଟ୍ରପତିଙ୍କ ପୁଅ, ଯାହାକୁ ଗିରଫ କରି ଜେଲ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ପ୍ରାୟ ଦେଢ ମାସ ତଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ସୋମାଲିଆର ରାଷ୍ଟ୍ରପତିଙ୍କ ପୁଅ । ଅଭିଯୁକ୍ତ ଇସ୍ତାନବୁଲର ଏକ ନେସନାଲ ହାଇୱେରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ବାଇରେ ଆସୁଥିବା ଜଣେ କୋରିୟର ବୟଙ୍କ ସହ ଧକ୍କା ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣା ପରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଏହାର ୬ ଦିନ ପରେ ସମ୍ପୃକ୍ତ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ତୁର୍କୀ ଛାଡ଼ି ଫେରାର ହୋଇଯାଇଥିଲେ । କିନ୍ତୁ ପରେ ପୁଣିଥରେ ମାମଲାରେ ପ୍ରମାଣ ଦେବା ପାଇଁ ଇସ୍ତାନବୁଲ ଫେରିଥିଲେ ।

ତେବେ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଛନ୍ତି ଇସ୍ତାନବୁଲ ଅଦାଲତ । ଏହି ଘଟଣାରେ ସୋମାଲିଆ ରାଷ୍ଟ୍ରପତିଙ୍କ ପୁଅକୁ ଦୋଷୀ ସାବ୍ୟସ୍ତ କରିବା ସହ ଗିରଫ କରିବା ପାଇଁ ଆଦେଶ ଜାରି କରିଛନ୍ତି । ଜେଲ ଦଣ୍ଡାଦେଶ ସହିତ ଅଭିଯୁକ୍ତ ଉପରେ ୨୭,୩୦୦ ତୁର୍କୀ ଲିରା ବା ୯୧୦ ଆମେରିକା ଡଲାର ଜରିମାନା ଲାଗୁ କରାଯାଇଛି । ଏହାବ୍ୟତୀତ ମାନ୍ୟବର ଅଦାଲତ ଅଭିଯୁକ୍ତର ଡାଇଭିଂ ଲାଇସେନ୍ସକୁ ମଧ୍ୟ ୬ ମାସ ପର୍ଯ୍ୟନ୍ତ ରଦ୍ଦ କରିଥିବା ଜଣାଯାଇଛି ।

ତୁର୍କୀରେ ଥିବା କୋରିଅର୍ ରାଇଟ୍ସ ଆସୋସିଏସନ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛି। ଆସୋସିଏସନ କହିଛି ଯେ ମୋଟରସାଇକେଲ କୋରିଅରର ଜୀବନ ୨୭,୦୦୦ ତୁର୍କୀ ଲିରାର ମୂଲ୍ୟ ହୋଇପାରିବ ନାହିଁ ଏବଂ ଅନ୍ୟ ପକ୍ଷ ଏହି ମାମଲାରେ ୭୫ ପ୍ରତିଶତ ଦୋଷୀ। ଏହା କି ପ୍ରକାର ନ୍ୟାୟ ବୋଲି ପ୍ରଶ୍ନ କରିଛି ଆସୋସିଏସନ୍ । ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ତୁର୍କୀ ଏବଂ ସୋମାଲିଆ ମଧ୍ୟରେ ବନ୍ଧୁତାକୁ ଖରାପ କରିବ ବୋଲି ଧମକ ଦେଇଥିଲା।

Get real time updates directly on you device, subscribe now.