fbpx

ଜାପାନର ଚନ୍ଦ୍ରଯାନ କାହିଁକି ସୂର୍ଯ୍ୟକିରଣକୁ ଅପେକ୍ଷା କରିଛି?

ନୂଆଦିଲ୍ଲୀ: ଜାପାନର ମହାକାଶ ଏଜେନ୍ସି ଏବେ ବି ଆଶା ରଖିଛି ଯେ ଯଦି ସୂର୍ଯ୍ୟକିରଣ ତାର ଚନ୍ଦ୍ରଯାନ ଉପରେ ପଡିଯାଏ, ତେବେ ସେମାନଙ୍କଚନ୍ଦ୍ର ଲ୍ୟାଣ୍ଡର ଆକ୍ଟିଭ୍ ହୋଇପାରିବ । ଜାପାନର ମହାକାଶ ଏଜେନ୍ସି ଜାକ୍ସା ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛି। ଇଞ୍ଜିନିୟରମାନେ କହିଛନ୍ତି ଯେ ଚନ୍ଦ୍ର ଲ୍ୟାଣ୍ଡରର ସୌର ଚାଳିତ ବ୍ୟାଟେରୀ ପଶ୍ଚିମ ଦିଗରେ ରହିଛି, ଯାହା ସୂର୍ଯ୍ୟଙ୍କ ଦିଗରେ ପଡୁନାହିଁ ଏବଂ ଏହି କାରଣରୁ ଇଲେକ୍ଟ୍ରି ପାଇପାରୁ ନାହିଁ ।

ଶନିବାର ଚନ୍ଦ୍ର ପୃଷ୍ଠ ଛୁଇଁବାର ମାତ୍ର ୩ ଘଣ୍ଟା ପରେ ଏହି ବ୍ୟାଟେରୀକୁ ବନ୍ଦ ହୋଇଯାିଥିଲା। କିନ୍ତୁ ସୂର୍ଯ୍ୟକିରଣ ସେମାନଙ୍କ ସମସ୍ୟାର ସମାଧାନ କରିପାରିବ ବୋଲି ଦଳ ଆଶା ରଖିଛନ୍ତି।

ପଶ୍ଚିମ ଦିଗରୁ ଚନ୍ଦ୍ର ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଶକ୍ତି ଉତ୍ପନ୍ନ ହୋଇପାରିବ ବୋଲି ଜାକ୍ସା ପକ୍ଷରୁ କୁହାଯାଇଛି। ଏହାକୁ ପୁନରୁଦ୍ଧାର କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି। ଏହି ମିଶନର ନାମ ହେଉଛି ‘ମୁନ୍ ସ୍ନାଇପର’। ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଜାପାନ ପଞ୍ଚମ ଦେଶ ହୋଇଥିବା ବେଳେ ଗତବର୍ଷ ଭାରତ ଚନ୍ଦ୍ରର ଦକ୍ଷିଣ ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା।

ବାସ୍ତବରେ ଜାପାନର ବୈଜ୍ଞାନିକମାନେ ବ୍ୟାଟେରୀ ସିଷ୍ଟମ ସମ୍ପୂର୍ଣ୍ଣ ବିଫଳ ହେବା ପୂର୍ବରୁ ଏହାକୁ ବନ୍ଦ କରିଦେଇଥିଲେ। ବୈଜ୍ଞାନିକମାନେ କହିଥିଲେ ଯେ ୧୨ ପ୍ରତିଶତ ଶକ୍ତି ବାକି ରହିଯାଇଛି ଏବଂ ସେମାନେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଦ୍ୱାରା ଏହା ରିଷ୍ଟାଚ୍ ହେଲାବେଳେ ସମସ୍ୟା ସୃଷ୍ଟି ହେବ ନାହିଁ ।

Get real time updates directly on you device, subscribe now.