fbpx

ମନମୁଖୀ କାର୍ଯ୍ୟ ପାଇଁ ସତ୍ତା ହରାଇବାକୁ ଯାଉଛି ଅଳକା… ନିର୍ବାଚିତ ବୋର୍ଡ ସଦସ୍ୟଙ୍କ ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ପାଇକାରୀ ସମବାୟ ଭଣ୍ଡାର ଲିମିଟେଡ(ଅଳକା)ର ବିଭିନ୍ନ ଦୁର୍ନୀତି ଓ ଅନିୟମିତତା କାର୍ଯ୍ୟ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋର୍ଡର ନିର୍ବାଚିତ ସଦସ୍ୟ । ଏ ସମ୍ପର୍କରେ ରାଜ୍ୟ ସମବାୟ ସମିତି ସମୂହକୁ ଅଭିଯୋଗ କରାଯାଇଛି । କିଛି ଅସାଧୁ କର୍ମଚାରୀ ତଥା ପରିଚାଳନା ପରିଷଦର ସଦସ୍ୟମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅଳକା ଆଜି ସତ୍ତା ହରାଇବା ସ୍ତିତିରେ ପହଞ୍ଚିଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଚଳିତ ବୋର୍ଡ ଆରମ୍ଭରୁ ସଦସ୍ୟମାନଙ୍କର କୌଣସି ମତାମତ କିମ୍ବା ପରାମର୍ଶକୁ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗରେ ଦର୍ଶାଯାଇଛି । ଅଳକାର କାର୍ଯ୍ୟନିର୍ବାହୀ ଅଧିକାରୀ, କିଛି କର୍ମଚାରୀ ଓ ସଭାପତି ମନ୍ଦ ଉଦ୍ଦେଶ୍ୟ ରଖି ବୈଠକର ନିର୍ଦ୍ଧାରଣ ପ୍ରସ୍ତାବଗୁଡ଼ିକୁ ନିଜ ଅନୁସାରେ ଚଞ୍ଚକତା ପୂର୍ବକ ଲପିବଦ୍ଧ କରାଇଥିବା ବୋର୍ଡର ସଦସ୍ୟ ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଅଳକାର ସ୍ଥାବର ଅସ୍ଥାବର ସମ୍ପତ୍ତିର ପ୍ରକୃତ ଆୟବ୍ୟୟ ସମ୍ପର୍କରେ ବୋର୍ଡର ସଦସ୍ୟମାନଙ୍କୁ ସଠିକ୍ ଭାବରେ ଅବଗତ କରାଯାଉ ନାହିଁ । କେତେକ ବ୍ୟବସାୟ ପ୍ରତିଷ୍ଠାନକୁ ମନମୁଖୀ ବନ୍ଦ କରି ନିଜ ଫାଇଦା ପାଇଁ ଭଡ଼ା ଆଦାୟ ନାଁରେ ଅନ୍ୟକୁ ଟେକି ଦେଇ ନିଜକୁ ଫାଇଦା ହାସଲ କରିବାରେ ଲାଗି ପଡ଼ିଛନ୍ତି । ଏହାର ଉଦାହରଣ ଭାବରେ ଖଣ୍ଡଗିରି ଗ୍ୟାସ ଗୋଦାମକୁ ଲାଗି ରହିଥିବା ଦୋତାଲା ଅଳକା ଘରକୁ ଚଞ୍ଚକତା ପ୍ରସଙ୍ଗକୁ ଦର୍ଶାଇଛି । ଏଥିରେ ମନମୁଖୀ ଟେଣ୍ଡର କରାଇ ୬ ମାସ ହେବ ଦଖଲକାରୀ ବ୍ୟକ୍ତିଠାରୁ କୌଣସି ଭଡ଼ା ନିଆଯାଇ ନାହିଁ ଓ ୨୦୧୪ ମସିହାଠାରୁ କମ୍ ଭଡ଼ାରେ ସିଟି ଷ୍ଟାଇଲ ବ୍ୟବସାୟକୁ ଭଡ଼ ଦିଆ ଯାଇଥିବା ଏହି ଅଭିଯୋଗରେ ଉଲ୍ଲେଖ କରାଯାଇଛି । ତେବେ ଏହି ଚୁକ୍ତି ଶେଷ ହୋଇ ସାରିଥିଲେ ମଧ୍ୟ ନୂଆ ଚୁକ୍ତି କରାଯାଇ ନାହିଁ । ଏହା ପଛରେ କାହାର ସ୍ୱାର୍ଥ ରହିଛି ବୋଲି ସଦସ୍ୟମାନେ ପ୍ରଶ୍ନ କରିଛନ୍ତି ।

ଏହାବ୍ୟତୀତ ୧ ବର୍ଷର ଅଡିଟ ପାଇଁ ଆୟକର ଅଡିଯରଙ୍କୁ ୧,୮୦,୦୦୦ଟଙ୍କା ଦେବା ମାମଲାକୁ ସଦସ୍ୟ ବାରମ୍ବାର ବିରୋଧ କରିବା ପରେ ମଧ୍ୟ ଏହା ସଦସ୍ୟଙ୍କ ସହମତି ବିନ ପାରିତ ହୋଇଛି । ସେହିପରି ସହ କମିଟି ଗଠନ କରିବା ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ସଦସ୍ୟମାନଙ୍କୁ ନ ଜଣାଇ ମନ ଇଚ୍ଚା କାର୍ଯ୍ୟନିର୍ବାହୀ ଓ ସଭାପତି ଶେଷ ସଭାର ନିର୍ଦ୍ଧାରଣରେ ସ୍ଥାନିତ କରିଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି ବୋର୍ଡର ନିର୍ବାଚିତ ସଦସ୍ୟ । ଏହାସହିତ ଆହୁରି ଅନେକ ଅଭିଯୋଗ ଦର୍ଶାଇ ଅଳକାର ବିଭିନ୍ନ ଦୁର୍ନୀତି ଏବଂ ଅନିୟମିତତାକୁ ରାଜ୍ୟ ସମବାୟ ସମିତି ସମୂହ ଆଗରେ ଉପସ୍ଥାପନା କରିଛନ୍ତି ଅଳକା ବୋର୍ଡର ନିର୍ବାଚିତ ସଦସ୍ୟ ।

Get real time updates directly on you device, subscribe now.