fbpx

ପୁଣି ଭୂମିକମ୍ପରେ ଥରିଲା ପାକିସ୍ତାନ, ଜାଣନ୍ତୁ ରିକ୍ଟର ସ୍କେଲରେ କେତେ ଥିଲା ତୀବ୍ରତା

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଦେଶ ଓ ବିଶ୍ୱର ବହୁ ସ୍ଥାନରେ ଭୂକମ୍ପ ଘଟଣା ବଢିବାରେ ଲାଗିଛି । ଆଜି ଅପରାହ୍ନ ୪ଟା ୪ ମିନିଟ୍ ସମୟରେ ପାକିସ୍ତାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୩ ଥିଲା । ଏହାପୂର୍ବରୁ ଚଳିତ ମାସ ୧୧ ତାରିଖରେ ପାକିସ୍ତାନର ଧରିତ୍ରୀ ଭୂକମ୍ପରେ ଥରି ଉଠିଥିଲା । ଭୂକମ୍ପ ଝଟକାରେ ଭୟଭୀତ ହୋଇ ଲୋକମାନେ ଘରୁ ଓ ଅଫିସରୁ ବାହାରି ଆସିଥିଲେ ।

୧୧ରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ଥିଲା ୬ । ପାଣିପାଗ ବିଜ୍ଞାନ ବିଭାଗ କହିଛି କି ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁକୁଶରେ ରହିଥିଲା । ଗତ ଅକ୍ଟୋବର ପରେ ଆଫଗାନିସ୍ତାନ ଓ ପାକିସ୍ତାନରେ ଆସିଥିବା ଭୂକମ୍ପର ପ୍ରଭାବ ଭାରତ ଉପରେ ବି ପଡିଥିିଲା । ଭାରତରେ କାଶ୍ମୀର ଠାରୁ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଭୂକମ୍ପରେ ଧରିତ୍ରୀ କମ୍ପିଥିଲା ।

Get real time updates directly on you device, subscribe now.