fbpx

କେଉଁ ଦିନ କେଉଁ ବସ୍ତ୍ର ପିନ୍ଧିବେ ରାମଲଲା; ସକାଳୁ କିପରି ନିିଦରୁ ଉଠିବେ ପ୍ରଭୁ, ଜାଣନ୍ତୁ ରାମଲଲାଙ୍କ ନୀତିକାନ୍ତି

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ରାମ ମନ୍ଦିରର ସ୍ୱପ୍ନ ଏବେ ସାକାର ହୋଇଛି । ଭଗବାନ ରାମ ନବ ନିର୍ମିତ ରାମ ମନ୍ଦିରରେ ଏବେ ବିରାଜମାନ କରିଛନ୍ତି । ପ୍ରଭୁଙ୍କ ଦିବ୍ୟ ଛବି ସମସ୍ତଙ୍କୁ ବିମୋହିତ କରିଛି । ତେବେ ପ୍ରଭୁ ଶ୍ରୀରାମଙ୍କର ବସ୍ତ୍ର ଓ ଅଳଙ୍କାର ବେଶ୍ ବିଧିବିଧାନର ସହ ନିର୍ମାଣ କରାଯାଇଛି । ସପ୍ତାହରେ ୭ ଦିନ ପ୍ରଭୁ ଶ୍ରୀରାମ ଅଲଗା ଅଲଗା ରଙ୍ଗର ବସ୍ତ୍ରରେ ଭକ୍ତଙ୍କୁ ଦର୍ଶନ ଦେବେ ।
୭ଦିନରେ ପ୍ରଭୁ ପିନ୍ଧିବେ ୭ ରଙ୍ଗର ବସ୍ତ୍ର:
ପ୍ରଭୁ ଶ୍ରୀରାମ ସୋମବାର ଧଳା, ମଙ୍ଗଳବାର ଲାଲ, ବୁଧବାର ସବୁଜ, ଗୁରୁବାର ହଳଦୀ, ଶୁକ୍ରବାର କ୍ରିମ୍ କଲର, ଶନିବାର ନୀଳ ଓ ରବିବାର ଗୋଲାପୀ ରଙ୍ଗର ବସ୍ତ୍ର ପିନ୍ଧିବେ ।
କେଉଁ ସମୟରେ ମିଳିବ ଦର୍ଶନ?
ସକାଳ ୬ଟା ୩୦ ମିନିଟ୍‌ରୁ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ, ପୁଣି ଦିନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲଲାଙ୍କ ଦର୍ଶନ କରିପାରିବେ । ତେବେ ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ଦର୍ଶନ ସମୟ କମ୍ ବେଶୀ କରାଯାଇ ପାରିବ ।
ମଙ୍ଗଳବାର ଶ୍ରୀରାମଙ୍କ ରୂପ: ମଙ୍ଗବାର ଦିନ ପ୍ରଭୁ ଲାଲ ରଙ୍ଗର ବସ୍ତ୍ରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।
ସକାଳୁ କିପରି ପ୍ରଭୁଙ୍କୁ ନିଦରୁ ଉଠାଯିବ:
ପ୍ରତିଦିନ ଭୋର ୪ଟା ସମୟରେ ମଙ୍ଗଳ ଗୀତ ଗାଇ ପ୍ରଭୁଙ୍କୁ ନିଦରୁ ଉଠାଯିବ । ଏହାପରେ ପ୍ରଭୁଙ୍କ ମଙ୍ଗଳ ଆରତୀ କରାଯିବ ।
କେଉଁ ସମୟରେ ପ୍ରଭୁ କରିବେ ବିଶ୍ରାମ: ପ୍ରତିଦିନ ଦ୍ୱିପ୍ରହର ୧୨ଟାରୁ ୨ଟା ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ପ୍ରଭୁ ବିଶ୍ରାମ କରିବେ ।
କିପରି ହେବେ ଆରତୀରେ ସାମିଲ: ଦିନରେ ୩ ଥର ରାମଲଲାଙ୍କ ଆରତୀ କରାଯିବ । ଆରତୀରେ ସାମିଲ ହେବା ପାଇଁ ଆପଣଙ୍କୁ ଟ୍ରଷ୍ଟ ପକ୍ଷରୁ ପାସ୍ ନେବା ଅନିବାର୍ଯ୍ୟ । ଏଥିପାଇଁ ଆପଣ ଅନଲାଇନ୍ ଓ ଅଫଲାଇନ୍ ଉଭୟ ଦିଗରୁ ପ୍ରୟାସ କରିପାରିବେ ।

Get real time updates directly on you device, subscribe now.