fbpx

କ’ଣ ଆପଣ ବି Sim Cardକୁ ନେଇ କରୁଛନ୍ତି ଏହି ଭୁଲ୍‌ ? ହୋଇପାରେ ଜେଲ୍

ମୋବାଇଲ ଅଛି ମାନେ ସିମ କାର୍ଡ ତ’ ନିହାତି ଜରୁରୀ । କିନ୍ତୁ ଏହାକୁ ନେଇ ଟିକେ ବି ଅବହେଳା ଆପଣଙ୍କୁ ବଡ ସମସ୍ୟାରେ ପକାଇପାରେ । କେବେ ବି ଆପଣଙ୍କ ସିମ୍‌ କାର୍ଡକୁ କୌଣସି ବ୍ୟକ୍ତିଙ୍କୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ । ଯଦି ଆପଣ ଏପରି କରୁଛନ୍ତି ତ ଆପଣଙ୍କ ସିମ୍‌ କାର୍ଡ ଭୁଲ ଭାବେ ବ୍ୟବହାର କରାଯାଇପାରେ । ଯଦି ଆପଣଙ୍କ ସିମ୍‌ କାର୍ଡ ଭୁଲ ଭାବେ ବ୍ୟବହାର ହୁଏ,ତେବେ ଆପଣଙ୍କୁ ପୋଲିସ ଷ୍ଟେସନର ଚକ୍କର କାଟିବାକୁ ପଡିପାରେ ।

କେହି କେହି ସିମ କାର୍ଡକୁ ବଦଳାଇବା ପାଇଁ ସ୍କାମର୍ସଙ୍କ ଠାରେ ଫସି ଯାଇଥାନ୍ତି । ଯଦି ଆପଣଙ୍କୁ ଦ୍ୱିତୀୟ ସିମ୍‌ ଚାହାଁନ୍ତି, ତେବେ ଟେଲିଫୋନ ଷ୍ଟୋରକୁ ଯାଇ କିଣନ୍ତୁ । କିଛି ବି ଅଜଣା ବ୍ୟକ୍ତିଙ୍କ ଠାରୁ ସିମ୍‌ କିଣିବା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । କେବେ ବି ନିଜର ସିମ୍‌ କାର୍ଡକୁ ଲଗାଇବା ପାଇଁ ଅନ୍ୟ ଲୋକଙ୍କୁ ଦିଅନ୍ତୁ ନାର୍ହି । ଆଜିକାଲି ମାର୍କେଟରେ ସିମ କାର୍ଡର ଡୁପ୍ଲିକେଟ ଖୁବ ଚାଲୁଛି । ଏମିତିରେ ସାମନାରେ ଥିବା ଲୋକ ସିମ୍‌ କାର୍ଡର କ୍ଲୋନ ତିଆରି କରିଦେଇଥାଏ । ପୁଣି ଏହାକୁ ଭୁଲ କାମରେ ବ୍ୟବହାର କରିଥାଏ ।

ଯଦି ଆପଣଙ୍କ ସିମ କାର୍ଡରେ କୌଣସି ସମସ୍ୟା ହୁଏ, ତେବେ ଆପଣଙ୍କୁ ସର୍ବଦା କମ୍ପାନୀର କଷ୍ଟମର କେୟାର ସହ ଯୋଗାଯୋଗ କରିବା କଥା । ବହୁତ ଲୋକ ଏପରି ନକରିବ ଯୋଗୁ ଫ୍ରଡର ଶିକାର ହୁଅନ୍ତି । ଯଦି ସିମ୍‌ କାର୍ଡ ରଖି କରି ଭୁଲିଯାଆନ୍ତି , ଏପରି ସ୍ଥିତିରେ ମଧ୍ୟ ଆପଣଙ୍କ ସିମକାର୍ଡର ଭୁଲ ବ୍ୟବହାର ହୋଇପାରେ । ଯଦି ଏମିତି ଆପଣଙ୍କ ସିମ୍‌ କାର୍ଡକୁ ଭୁଲ ଭାବେ ବ୍ୟବହାର କରାଯାଏ, ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ଏଥିପାଇଁ ନିଜ ସିମକାର୍ଡକୁ ନେଇ ସବୁବେଳେ ସତର୍କ ରୁହନ୍ତୁ ।

Get real time updates directly on you device, subscribe now.