ନୂଆଦିଲ୍ଲୀ: ଉଗ୍ରବାଦୀ ସଂଗଠନ ‘ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ୍ ଅଫ୍ ଇଣ୍ଡିଆ’ (ସିମି) ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ପୁଣି ଥରେ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋସିଆଲ ମିଡିଆ ସାଇଟ୍ ଏକ୍ସର ହ୍ୟାଣ୍ଡେଲରୁ ଟୁଇଟ୍ କରି ଏହି ସୂଚନା ଦେଇଛି । ଏହି ଟୁଇଟ୍ ଅନୁଯାୟୀ, ସିମିକୁ ଆସନ୍ତା ୫ ବର୍ଷ ପାଇଁ ୟୁଏପିଏ ଅଧୀନରେ ‘ବେଆଇନ ସଂଗଠନ’ ଘୋଷଣା କରାଯାଇଛି ।
Bolstering PM @narendramodi Ji's vision of zero tolerance against terrorism ‘Students Islamic Movement of India (SIMI)’ has been declared as an 'Unlawful Association' for a further period of five years under the UAPA.
The SIMI has been found involved in fomenting terrorism,…— गृहमंत्री कार्यालय, HMO India (@HMOIndia) January 29, 2024
ମନ୍ତ୍ରଣାଳୟ ଅନୁଯାୟୀ, ସିମି ଉଗ୍ରବାଦକୁ ଉତ୍ତେଜିତ କରିବା, ଶାନ୍ତି ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଭଙ୍ଗ କରିବାରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହା ଦେଶର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି । ୧୯୭୭ ମସିହା ଏପ୍ରିଲ ମାସରେ ଉତ୍ତରପ୍ରଦେଶର ଆଲିଗଡ଼ରେ ସିମି ପ୍ରତିଷ୍ଠା ହୋଇଥିଲା ।
ଦେଶ ପାଇଁ ବିପଜ୍ଜନକ ବୋଲି ଭାବି ୨୦୦୧ ମସିହାରେ ଏହି ସଂଗଠନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ୨୦୦୮ ରେ କିଛି ସମୟ ପାଇଁ ଏହି କଟକଣା ହଟିଥିଲା । କିନ୍ତୁ ଖୁବ୍ ଶୀଘ୍ର ଏହି କଟକଣା କୁ ପୁନରୁଦ୍ଧାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।