fbpx

ପାକିସ୍ତାନ କ୍ରିକେଟରେ ଅଧିନାୟକଙ୍କୁ ନେଇ ଉଠିଲା ନୂଆ ବିତର୍କ; ଆଫ୍ରିଦି କଲେ ଏହି ଦାବି…

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟରେ ଅଧିନାୟକତ୍ୱକୁ ନେଇ ବିବାଦ ଆହୁରି ବଢିବାରେ ଲାଗିଛି । ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦି ତିନିଟି ଯାକ ଫର୍ମାଟରେ ଜଣେ ଅଧିନାୟକ ନିଯୁକ୍ତ କରିବାକୁ ଦାବି କରିଛନ୍ତି। ଖାଲି ସେତିକି ନୁହେଁ ପାକିସ୍ତାନ କ୍ରିକେଟ୍ ଦଳର ନୂଆ ଅଧିନାୟକ ଯିଏ ବି ହୁଅନ୍ତୁ, ତାଙ୍କୁ ଅତି କମ୍ରେ ୩ ବର୍ଷ ସମୟ ଦିଆଯିବା ଉଚିତ ବୋଲି ଆଫ୍ରିଦି ବିଶ୍ୱାସ କରନ୍ତି। ଏହା ପୂର୍ବରୁ ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ବାବର ଆଜମ ତିନୋଟି ଫର୍ମାଟରେ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକତ୍ୱ ତ୍ୟାଗ କରିଥିଲେ। ବାବରଙ୍କ ପରେ ସୀମିତ ଓଭର ଫର୍ମାଟରେ ଶାହିନ ଆଫ୍ରିଦିଙ୍କୁ ଅଧିନାୟକ କରାଯାଇଥିବା ବେଳେ ଟେଷ୍ଟ ଦଳର ଦାୟିତ୍ୱ ଶନ୍ ମାସୁଦଙ୍କ ହାତକୁ ଆସିଥିଲା।

କିନ୍ତୁ ଅଧିନାୟକ ବଦଳାଇବା ପରେ ମଧ୍ୟ ପାକିସ୍ତାନ ଦଳର ଭାଗ୍ୟରେ କୌଣସି ପରିବର୍ତ୍ତନ ଆସିନଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜକୁ ପାକିସ୍ତାନ ୩-୦ରେ ହରାଇଛି। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ପାକିସ୍ତାନକୁ ୪-୧ଗୋଲରେ ପରାସ୍ତ କରାଯାଇଥିଲା। ଶାହିନଙ୍କୁ ସୀମିତ ଓଭରର ଅଧିନାୟକ ଭାବେ ନିଯୁକ୍ତ କରିବା ସପକ୍ଷରେ ଆଫ୍ରିଦି ପୂର୍ବରୁ ନଥିଲେ। ଆଫ୍ରିଦି କହିଛନ୍ତି, ତିନୋଟି ଫର୍ମାଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ସମାନ ଅଧିନାୟକ ରହିବା ଉଚିତ। ଉପଅଧିନାୟକ କରିବାର କୌଣସି ଆବଶ୍ୟକତା ନାହିଁ। ଦଳର ନେତୃତ୍ୱ କିଏ ନେଉଛି ସେ ନେଇ ସମସ୍ତ ଖେଳାଳିଙ୍କୁ ବାର୍ତ୍ତା ସ୍ପଷ୍ଟ ହେବା ଦରକାର।

ଅଧିନାୟକ ଓ ଟିମ୍ ମ୍ୟାନେଜମେଣ୍ଟକୁ ୩ ବର୍ଷର ଚୁକ୍ତି ଦିଆଯାଉ। ସମୟ ଯେତେ ଅଧିକ ହେବ, ଦଳ ସେତେ ଭଲ ଭାବେ ପ୍ରସ୍ତୁତ ହେବ। ଯଦି ଆପଣ ସମୟ ନ ଦିଅନ୍ତି, ତେବେ ଅଧିନାୟକ ଏବଂ ମ୍ୟାନେଜମେଣ୍ଟ ଉପରେ ଶୀଘ୍ର ନିଜକୁ ପ୍ରମାଣିତ କରିବାକୁ ଚାପ ପଡିଥାଏ । ଏପରି ହେବା ଉଚିତ୍ ନୁହେଁ। ତରବରିଆ ହୋଇ ଆପଣ ଏକ ଭଲ ଦଳ ଗଠନ କରିପାରିବେ ନାହିଁ । ଯଦି ହାଫିଜଙ୍କୁ ସୁଯୋଗ ମିଳିଛି, ତେବେ ସେ ସିରିଜ୍ ର ବିଚାର କରିବା ଉଚିତ୍ ନୁହେଁ। ହାଫିଜ୍ ଙ୍କୁ ନିଜକୁ ପ୍ରମାଣିତ କରିବାର ପୂର୍ଣ୍ଣ ସୁଯୋଗ ମିଳିବା ଦରକାର। ଦଳର ଅଧିନାୟକଙ୍କ କ୍ଷେତ୍ରରେ ମଧ୍ୟ ସମାନ କଥା ପ୍ରଯୁଜ୍ୟ।

 

 

Get real time updates directly on you device, subscribe now.