fbpx

କିପରି ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ମହିଳା, ମନ ଭିତରେ ଲୁଚି ଲୁଚି କରିଥାନ୍ତି ପ୍ରେମ

ଓଡ଼ିଶା ଭାସ୍କର: ମହିଳାମାନେ କିପରି ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏହା ସହିତ ମନ ଭିତରେ ସେମାନଙ୍କ ପ୍ରତି ଏକ ଖାସ୍ ଭାବନା ବି ରଖିଥାନ୍ତି । ସେମାନଙ୍କୁ ନିଜ ଜୀବନସାଥୀ କରିବାକୁ ଚାହାନ୍ତି । ତେବେ କେଉଁ ଗୁଣ ବଳରେ ଜଣେ ପୁରୁଷ ମହିଳାଙ୍କ ହୃଦୟରେ ଘର କରିପାରିବ ।

ବହୁ ସମୟରେ ମହିଳାମାନେ ପ୍ରଥମ ଥର ଭେଟିବା ପରେ କିମ୍ବା କିଛି ଥର ଦେଖିବା ପରେ ପୁରୁଷଙ୍କ ପ୍ରତି ଆକର୍ଷିତ ହେବାରେ ଲାଗିଥାନ୍ତି । ତେବେ ଏହାକୁ କ’ଣ ଲ’ ଅଫ୍ ଆଟ୍ରାକସନ୍ କୁହାଯାଏ । ତେବେ ଏହା କେଉଁ ଜିନିଷ ଯାହା ଦେଖିବା ପରେ ଜଣେ ମହିଳା ଜଣେ ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାଏ । ଏହାକୁ ବୁଝିବାକୁ ବୈଜ୍ଞାନିକ ଅଧ୍ୟୟନ ବି ହୋଇଛି ।
ରୁଟର ୟୁନିଭରସିଟିର ମାନବବିଜ୍ଞାନୀ ତଥା ବେଷ୍ଟ ସେଲିଂ ଲେଖକ ହେଲେନ୍ ଇ ଫିଶରଙ୍କ କହିଛନ୍ତି ମହିଳାମାନେ ପୁରୁଷଙ୍କ ଅଭିବ୍ୟକ୍ତି ଆଧାର ପ୍ରତି ରୁଚି ରଖିଥାନ୍ତି । ଭଲ ପାଇବାକୁ ଜବରଦସ୍ତ ଦାବୀ କରୁଥିବା ପୁରୁଷମାନେ ସେମାନଙ୍କୁ ପସନ୍ଦ ଆସି ନ ଥାନ୍ତି । ଅର୍ଥାତ୍ ମହିଳାମାନେ ଚାହାନ୍ତି କି ପୁରୁଷ ତାଙ୍କ ବୁଝୁ ଓ ତାଙ୍କ କଥା ଉପରେ ଧ୍ୟାନ ଦେଉ । ତାଙ୍କୁ ନିଜ ମତ ରଖିବାକୁ ସୁଯୋଗ ଦେଉ ।

ସେ ଯୁଗ ନାହିଁ କି ମହଙ୍ଗା ଡ୍ରେସ୍ ପିନ୍ଧୁଥିବା ଓ ଦାମୀ ଗାଡି ଧରୁଥିବା ପୁରୁଷ ମହିଳାଙ୍କୁ ପସନ୍ଦ ଆସିବେ । କାରଣ ଜଣଙ୍କ ବ୍ୟକ୍ତିତ୍ୱ ତାଙ୍କ ଚେହେରାରେ ହିଁ ଫୁଟି ଉଠିଥାଏ । ତେଣୁ ଆପଣଙ୍କ ପର୍ସନାଲିଟି ଏପରି ହେବା ଉଚିତ ଯାହା ସେମାନଙ୍କ ମନ ମୋହି ନେବା ଉଚିତ । ଆପଣଙ୍କ ଭୋଲା ଚେହେରା ବି ମହିଳାଙ୍କ ମନ କିଣି ନେଇପାରେ । ଏହା ସହିତ ହାଲ୍‌କା ଦାଢୀବାଲା ପୁରୁଷ ବି ମହିଳାଙ୍କର ଅଧିକ ପସନ୍ଦ । ଆଜିକାଲି ତ ହାଲ୍‌କା ଦାଢୀ ଯୁବକଙ୍କ ଠାରୁ ଆରମ୍ଭ କରି ସବୁ ପୁରୁଷଙ୍କ ପାଇଁ ଏକ ଟ୍ରେଣ୍ଡ ପାଲଟିଛି ।

ଏହା ବ୍ୟତିତ ମହିଳାଙ୍କୁ ଦୟାଳୁ ଓ ସୌମ୍ୟ ସ୍ୱଭାବର ପୁରୁଷ ବହୁତ ପସନ୍ଦ । ଏପରି ପୁରୁଷ ମହିଳାଙ୍କୁ ସର୍ବଦା ପସନ୍ଦ ଆସିଥାନ୍ତି । ଏହାସହିତ ମଜାଳିଆ ସ୍ୱଭାବର ପୁରୁଷ ବି ମହିଳାଙ୍କ ପସନ୍ଦ । ଏହାସହିତ ଜୀବନକୁ ନେଇ ସକରାତ୍ମକ ଚିନ୍ତାଧାରା ରଖୁଥିବା ପୁରୁଷ ବି ମହିଳାଙ୍କର ଅଧିକ ପସନ୍ଦ ।

Get real time updates directly on you device, subscribe now.