fbpx

ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କ ଇସ୍ତଫା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ଏବେଠାରୁ ଏକ ବଡ଼ ରାଜନୈତିକ ମାହୋଲ ଦେଖିବାକୁ ମିଳିଛି । ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ପଞ୍ଜାବରୁ ଆସିଛି ଏକ ବଡ଼ ଖବର । ପଞ୍ଜାବର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ଶ୍ରୀ ପୁରୋହିତ ନିଜ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ।

ରାଷ୍ଟ୍ରପତିଙ୍କୁ ଭେଟି ଶ୍ରୀ ପୁରୋହିତ ନିଜର ଇସ୍ତଫା ବାବଦରେ କହିଥିଲେ । ଏଥିସହିତ ସେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ କରିଥିଲେ । ଶ୍ରୀ ପୁରୋହିତ ପଞ୍ଜାବ ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ପ୍ରଶାସକ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନ ସମାପ୍ତ ହୋଇଥିବା ବେଳେ ବିଜେପି ତିନିଟି ଯାକ ଆସନରେ ବିଜୟୀ ହୋଇଥିଲା । ତେବେ କଂଗ୍ରେସ-ଆମ ଆଦମୀ ପାର୍ଟି (ଆପ) ମେଣ୍ଟ ଉକ୍ତ ନିର୍ବାଚନରେ ପରାଜିତ ହୋଇଥିଲା । ଉକ୍ତ ନିର୍ବାଚନରେ ବାଲଟ ପେପର ଟାମ୍ପରିଂ କରାଯାଇଥିବା ନେଇ ପ୍ରିଜାଇଡିଂ ଅଫିସର ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.