fbpx

କରୋନା: ବିଶ୍ୱର ସବୁଠାର ଅଧିକ ପ୍ରଭାବିତ ଦେଶ ତାଲିକାରେ ୭ମ ସ୍ଥାନରେ ପହଞ୍ଚିଲା ଭାରତ

ସମଗ୍ର ବିଶ୍ୱ ଏବେ କରୋନା କବଜାରେ । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ସେହିପରି ଭାରତରେ ମଧ୍ୟ ୧ ଲକ୍ଷ ୯୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୫,୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଏହାରି ମଧ୍ୟରେ ସାରା ବିଶ୍ୱରେ ଅଧିକ ପ୍ରଭାବିତ ଦେଶ ତାଲିକାରେ ୯ମ ସ୍ଥାନରେ ଥିବା ଭାରତ ଏବେ ୭ମ ସ୍ଥାନରେ ପହଞ୍ଚିଛି । ଫ୍ରାନ୍ସକୁ ପଛରେ ପକାଇ ୭ମ ସ୍ଥାନ ଅଧିକାର କରିଛି ଭାରତ । ଏବେ ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୭୫୨ ରହିଛି ।

ତେବେ ଆମେରିକା ୧୮ ଲକ୍ଷ ମାମଲା ସହ ବିଶ୍ୱର ସବୁଠାରୁ ଅଧିକ ପ୍ରଭାବିତ ଦେଶଗୁଡିକରେ ପ୍ରଥମ ସ୍ଥାନ ଅଧିକାର କରିଛି । ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହା ପରେ ରହିଛି ବ୍ରାଜିଲ, ଯେଉଁଠି ୫ ଲକ୍ଷରୁ ଅଧିକ ମାମଲା ରହିଛି । ଏହା ପରେ ଋଷ, ଯେଉଁଠି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ରହିଛି ।

Get real time updates directly on you device, subscribe now.