fbpx

ଆଜି ଝାଡ଼ଖଣ୍ଡରେ ଫ୍ଲୋର୍ ଟେଷ୍ଟ, ବହୁମତ ପ୍ରମାଣ କରିବାରେ ସଫଳ ହେବେ କି ଚମ୍ପାଇ ?

ରାଞ୍ଚି: ଝାଡ଼ଖଣ୍ଡ ରାଜନୀତି ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସାମ୍ନାରେ ବିଧାନସଭାରେ ବହୁମତ ପ୍ରମାଣ କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି ଫ୍ଲୋର ଟେଷ୍ଟ ଝାଡ଼ଖଣ୍ଡ ସରକାରଙ୍କ ଭବିଷ୍ୟତ ନିଶ୍ଚିତ କରିବା । ଏହି ଫ୍ଲୋର ଟେଷ୍ଟରେ ସାମିଲ ହେବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ଏବଂ ମେଣ୍ଟର ସହଯୋଗୀ ଦଳର ପ୍ରାୟ ୪୦ ଜଣ ବିଧାୟକ ହାଇଦ୍ରାବାଦରୁ ରାଞ୍ଚି ଫେରିଛନ୍ତି । ଏହା ପୂର୍ବରୁ ସମସ୍ତ ବିଧାୟକଙ୍କୁ ହରଇଦ୍ରାବାଦର ଏକ ରିସର୍ଟରେ ରଖାଯାଇଥିଲା । ତେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଫ୍ଲୋର ଟେଷ୍ଟରେ ସାମିଲ ହେବା ନେଇ ସମ୍ଭାବନା ରହିଛି ।

କହିରଖୁଛୁ ଜାନୁଆରୀ ୩୧ରେ ହେମନ୍ତ ସୋରେନ୍ ଖାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାୟକ ଦଳର ବୈଠକରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପରେ ଫେବୃଆରୀ ୨ରେ ଚମ୍ପାଇ ସୋରେନ୍ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ୮୧ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହେଉଛି ୪୧ । ତେବେ ବିଧାନସଭାରେ ୮୧ଟି ଆସନ ମଧ୍ୟରୁ ଗୋଟିଏ ଆସନ ଖାଲି ରହିଛି । ତେବେ ଚମ୍ପାଇ ସରକାରଙ୍କ ପାଖରେ ୪୩ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି । ସେହିପରି ବିଧାନସଭାରେ ଜେଏମ୍‌ଏମ୍‌, କଂଗ୍ରେସ, ଆରଜେଡି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୋଟ୍ ୪୬ ଜଣ ବିଧାୟକ ଅଛନ୍ତି । ଏଥିମଧ୍ୟରୁ ଜେଏମ୍‌ଏମର ୨୮, କଂଗ୍ରେସର ୧୬, ଆରଜେଡି ଏବଂ ସିପିଆଇର ୧ ଲେଖାଏଁ ବିଧାୟକ ରହିଛନ୍ତି । ଝାଡ଼ଖଣ୍ଡରେ ଚମ୍ପାଇ ସୋରେନଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହୋଇଯାଇଛି ସତ କିନ୍ତୁ ବିପଦର କଳା ବାଦଲ ଏବେ ବି ମୁଣ୍ଡ ଉପରେ ରହିଛି । ଆଜି ଫ୍ଲୋର ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବିରୋଧୀମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି ।

Get real time updates directly on you device, subscribe now.