fbpx

ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଲୁଚିଛପି କରିଥିଲେ ବିବାହ !

ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଓ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଜାନୁଆରୀରେ ନତାଶାଙ୍କ ସହ ବିବାହ ରଚିଥିଲେ ହାର୍ଦ୍ଦିକ, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସୋସିଆଲ ମିଡିଆରେ ଦୁହିଁଙ୍କ ବାହାଘର ଫଟୋ ଭାଇରାଲ ହେବା ପରେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ମଧ୍ୟରେ ତାଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛି ବୋଲି ହାର୍ଦ୍ଦିକ ଘୋଷଣା କରିଛନ୍ତି, ଯାହାକି ଫ୍ୟାନମାନଙ୍କୁ ସ୍ତବ୍ଧ କରିଦେଇଛି । ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି ବୋଲି ହାର୍ଦ୍ଦିକ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପତ୍ନି ନତାଶା ଷ୍ଟାନକୋଭିକ୍‌ଙ୍କ ସହିତ ଏକ ଫଟୋ ଶେୟାର୍‌ କରି ସୂଚନା ଦେଇଛନ୍ତି ।


ତେବେ ହାର୍ଦ୍ଦିକ ଫଟୋ ଶେୟାର୍‌ କରି ଲେଖିଛନ୍ତି, ‘ନତାଶା ଏବଂ ମୁଁ ଏକାଠି ଏକ ଭଲ ଯାତ୍ରା କରିଛୁ ଏବଂ ବର୍ତ୍ତମାନ ଏହା ଆହୁରି ଭଲ ହେବାକୁ ଯାଉଛି। ଆମେ ଦୁହେଁ ଏକାଠି ଏକ ନୂତନ ଜୀବନକୁ ସ୍ୱାଗତ କରିବାକୁ ଉତ୍ସାହିତ ।


ଏହା ପରଠୁ ସୋସିଆଲ୍ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କୁ ଶୁଭେଚ୍ଛା ମିଳିବା ଆରମ୍ଭ ହୋଇଗଲାଣି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ଲେଖିଛନ୍ତି,‘ଆପଣ ଦୁଇଜଣଙ୍କୁ ଶୁଭକାମନା। ଆପଣଙ୍କ ପରିବାରରେ ତୃତୀୟ ସଦସ୍ୟଙ୍କ ପାଇଁ ବହୁତ ପ୍ରେମ ଏବଂ ପ୍ରାର୍ଥନା’। କିନ୍ତୁ ହଠାତ୍‌ ପାଣ୍ଡ୍ୟା କେବେ ବାହା ହେଲେ ବୋଲି ଫ୍ୟାନ୍‌ଙ୍କ ମୁହଁରେ ପ୍ରଶ୍ନ।

Get real time updates directly on you device, subscribe now.