fbpx

କଂଗ୍ରେସକୁ ବଡ ଝଟ୍‌କା, ୪୮ ବର୍ଷ ପରେ ଦଳ ଛାଡିଲେ ଏହି ବଡ ନେତା

ମୁମ୍ବାଇ:ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ କଂଗ୍ରେସକୁ ପୁଣି ବଡ ଝଟକା ଲାଗିଛି । ମହାରାଷ୍ଟ୍ର ସରକାରରେ ପୂର୍ବ ମନ୍ତ୍ରୀ ତଥା ବଡ ନେତା ବାବା ସିଦ୍ଦିକି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ଏହା ସ୍ପଷ୍ଟ ହୋଇନାହିଁ କି ସେ ୪୮ ବର୍ଷ ପରେ କଂଗ୍ରେସକୁ କାହିଁକି ଅଲବିଦା କହିଲେ । ତେବେ ଏହି ରାଜନୈତିକ ଘଟଣାକ୍ରମ ଏହି ସମୟରେ ନଜର ଆସିଛି ଯେତେବେଳେ କଂଗ୍ରେସ ମହାରାଷ୍ଟ୍ରରେ ଇଣ୍ଡିଆର ମେଣ୍ଟର ବିଭିନ୍ନ ଦଳ ସହ ସିଟ୍ ସେୟାରିଂ ଉପରେ ଆଲୋଚନା କରୁଛନ୍ତି ।

ବାବା ସିଦ୍ଦିକ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୁଁ କଂଗ୍ରେସରେ ଯୋଗ ଦେବା ସମୟରେ ଜଣେ କିଶୋର ଥିଲି ଓ ୪୮ ବର୍ଷର ଏହି ଯାତ୍ରା ମୋର ବେଶ୍ ଭଲ ରହିଛି । ଆଜି ମୁଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ତତ୍କାଳ ଇସ୍ତଫା ଦେଉଛି । ତେବେ ଏ ନେଇ ବହୁତ କିଛି ତ କହିବାର ରହିଛି କିନ୍ତୁ କୁହାଯାଏ କିଛି ଜିନିଷ ନ କହିବା ଦ୍ୱାରା ହିଁ ଭଲ ହୋଇଥାଏ । ମୁଁ ସେହିମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋର ଏହି ଯାତ୍ରାରେ ସହଭାଗୀ ପାଲଟିଥିଲେ ।

Get real time updates directly on you device, subscribe now.