fbpx

ଟେଷ୍ଟ ସିରିଜରେ ଶ୍ରେୟସ ଆୟରଙ୍କୁ ମିଳିବନି ସୁଯୋଗ! ତୃତୀୟ ଟେଷ୍ଟ ପୂର୍ବରୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୩ଟି ମ୍ୟାଚ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇପାରେ । ତେବେ ଏହି ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ସେ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ବିରାଟ କୋହଲିଙ୍କ କମବ୍ୟାକକୁ ନେଇ କ୍ରୀଡ଼ାପ୍ରେମୀ ଆଶାବାଦୀ ରହିଥିବା ବେଳେ କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଫେରିବାକୁ ମଧ୍ୟ ଚାହିଁ ରହିଛନ୍ତି ଦର୍ଶକ । ତେବେ ଏହାମଧ୍ୟରେ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ନେଇ ଏକ ବଡ଼ ଖବର ଆସିଛି । ସିରିଜର ବାକି ୩ଟି ମ୍ୟାଚରେ ତାଙ୍କୁ ଦଳରୁ ବାଦ୍ ଦେଇପାରେ ଚୟନ କମିଟି ।

ତୃତୀୟ ମ୍ୟାଚ ପୂର୍ବରୁ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କୁ ଦଳରୁ ବାଦ୍ ଦେଇପାରେ ଭାରତୀୟ କ୍ରିକେଟ ବୋର୍ଡ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ କରି ବିପଦରେ ଫସି ଯାଇଛନ୍ତି ଶ୍ରେୟସ । ତେଣୁ ସିରିଜରେ ବାକି ଥିବା ୩ଟି ଟେଷ୍ଟ ପାଇଁ ତାଙ୍କୁ ଦଳରୁ ରିଲିଜ କରିବାରେ ଚୟନ କମିଟି । ଏ ନେଇ ପୂର୍ବତନ ଷ୍ଟାର ବୋଲର ପ୍ରଜ୍ଞାନ ଓଝା ଶ୍ରେୟସ ଆୟରଙ୍କୁ ଚେତାବନୀ ଦେଇଛନ୍ତି । ରିପୋର୍ଟ ଅନୁସାରେ, ବିସିସିଆଇ ଶ୍ରେୟସଙ୍କୁ ବାଦ୍ ଦେଇ ଅନ୍ୟ ଜଣେ ଖେଳାଳିଙ୍କୁ ସୁଯୋଗ ଦେଇପାରେ ବୋଲି ଆଲୋଚନା ହେଉଛି । ଏହି ସ୍ଥାନରେ ସରଫରାଜ ଖାନ୍ ଦଳରେ ସାମିଲ ହୋଇପାରନ୍ତି ।

 

View this post on Instagram

 

A post shared by Shreyas Iyer (@shreyasiyer96)

ପ୍ରଜ୍ଞାନ କହିଛନ୍ତି ଯେ, ଯଦି ତୃତୀୟ ଟେଷ୍ଟରେ କୋହଲି ଏବଂ ରାହୁଲ କମବ୍ୟାକ କରନ୍ତି ତେବେ ରଜତ ପାଟିଦାରଙ୍କ ସମେତ ଶ୍ରେୟସ ଆୟରଙ୍କୁ ଦଳରୁ ବାଦ୍ ଦିଆଯାଇପାରେ । ତେବେ ବିରାଟଙ୍କ ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ରାହୁଲ ଏବଂ କୋହଲି ଉଭୟ ଲଗାତାର ରନ୍ କରୁଛନ୍ତି, ତେଣୁ ଏଭଳି ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯାଇ ପାରିବ ନାହିଁ । ତେଣୁ ଶ୍ରେୟସ ଏହି ଦୌଡ଼ରେ ପଛରେ ପଡ଼ି ଯାଇଥିବା ବେଳେ ବର୍ତ୍ତମାନ ତାଙ୍କୁ ଘରୋଇ କ୍ରିକେଟରେ ରନ୍ କରିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଜ୍ଞାନ ଓଝା ।

Get real time updates directly on you device, subscribe now.