fbpx

Big breaking: ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର, ଏହି ୩ ଜଣଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ଘୋଷଣା । ୩ ଜଣଙ୍କୁ ମିଳିବ ଭାରତ ରତ୍ନ । ପୂର୍ବ ପ୍ରଧାନମନ୍ତ୍ରୀ ପି.ଭି.ନରସିହ୍ମା ରାଓଙ୍କୁ ମିଳିବ ଭାରତ ରତ୍ନ । ଏହା ସହିତ ପୂର୍ବ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମଧ୍ୟ ମିଳିବ ଭାରତ ରତ୍ନ । ଏହା ସହିତ ବିଶିଷ୍ଟ କୃଷି ବିଜ୍ଞାନୀ ଡାକ୍ତର ଏମ୍‌.ଏସ୍ ସ୍ୱାମୀନାଥନଙ୍କୁ ମିଳିବ ଭାରତ ରତ୍ନ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏକ୍ସରେ ଏ ବିଷୟରେ ଘୋଷଣା କରିଛନ୍ତି ।

ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ଦିଆଯିବା ନେଇ ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଆମ ସରକାରର ଏହା ବଡ ସୌଭାଗ୍ୟ ଅଟେ କି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉଛି । ଏହି ସମ୍ମାନ ଦେଶ ଲାଗି ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ସମର୍ପିତ । ମୋଦୀ କହିଛନ୍ତି ଚୌଧୁରୀ ଚରଣ ସିଂହ ଦେଶରେ କୃଷକଙ୍କ ଅଧିକାର ଓ କଲ୍ୟାଣ ଲାଗି ନିଜର ପୁରା ଜୀବନ ସମର୍ପିତ କରିଥିଲେ ।

ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କୁ ଭାରତ ରତ୍ନ ଦିଆଯିବା ନେଇ ମୋଦୀ କହିଛନ୍ତି , ସେ ଜଣେ ପ୍ରତିଷ୍ଠିତ ବିଦ୍ୱାନ ଓ ରାଜନେତା ଥିଲେ । ସେ ବିଭିନ୍ନ ସମୟରେ ବିଭିନ୍ନ ପଦବୀରେ ରହି ଦେଶସେବା କରିଛନ୍ତି । ତାଙ୍କୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବହୁ ବର୍ଷ ପର୍ଯ୍ୟନ୍ତ ସାଂସଦ ଓ ବିଧାନସଭା ସଦସ୍ୟ ଭାବରେ ଦେଶ ପାଇଁ ବହୁ ଲୋକକଲ୍ୟାଣ କାର୍ଯ୍ୟ କରିଛନ୍ତି ।

ସେହିପରି ଡା.ଏମ. ଏସ୍ ସ୍ୱାମୀନାଥନଙ୍କୁ ଭାରତରତ୍ନ ଦିଆଯିବା ନେଇ ଘୋଷଣା କରି ମୋଦୀ କହିଛନ୍ତି , କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ତାଙ୍କର ମହତ୍ତ୍ୱପୂ୍‌ର୍ଣ ଯୋଗଦାନ ରହିଛି । କୃଷିରେ ଆତ୍ମନିର୍ଭରତା ହାସଲ କରିବା ଓ ଭାରତୀୟ କୃଷିକୁ ଆଧୁନିକ କରିବା ଦିଗରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।

Get real time updates directly on you device, subscribe now.