fbpx

ଚାକିରୀଜୀବୀଙ୍କୁ ସରକାର ଦେଲେ ଖୁସି ଖବର, ଇପିଏଫ୍ ଉପରେ ବଢାଇଲେ ସୁଧ, ୩ ବର୍ଷ ମଧ୍ୟରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: EPFO ଇପିଏଫ୍‌ଓ ଏହାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି । ଇପିଏଫ୍‌ଓ ୨୦୨୩-୨୪ ପାଇଁ କର୍ମଚାରୀ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ୮.୨୫% କରିଛନ୍ତି ଯାହା ୩ ବର୍ଷ ମଧ୍ୟରେ ଇପିଏଫ୍ ଉପରେ ସବୁଠାରୁ ଉଚ୍ଚ ସୁଧ ହାର । ମାର୍ଚ୍ଚ ୨୦୨୩ରେ ଇପିଏଫ୍‌ଓ ୨୦୨୨-୨୩ ଲାଗି ଇପିଏଫ୍ ଉପରେ ସୁଧ ହାର ବୃଦ୍ଧି କରି ୮.୧୦ରୁ ୮.୧୫% କରିଥିଲା ।

ମାର୍ଚ୍ଚ ୨୦୨୨ରେ ଇପିଏଫ୍‌ଓ ଏହାର ୬ କୋଟିରୁ ଅଧିକ ଗ୍ରାହକଙ୍କ ଲାଗି ୨୦୨୧-୨୨ ଲାଗି ଇପିଏଫ୍ ଉପରେ ସୁଧ ହାର ହ୍ରାସ କରି ୪ ଦଶକରୁ ନିମ୍ନ ସ୍ତର ୮.୧% କରି ଦେଇଥିଲା । ଏହା ୨୦୨୦-୨୧ରେ ୮.୫% ଥିଲା ।

ପିଟିଆଇ ଅନୁସାରେ ଇପିଏଫ୍‌ଓର ଶୀର୍ଷ ସଂସ୍ଥା ସିବିଟି ଶନିବାର ଏହାର ବୈଠକରେ ୨୦୨୩-୨୪ ଲାଗି ଇପିଏଫ୍ ଉପରେ ସୁଧ ହାର ୮.୨୫% ପ୍ରଦାନ ନେଇ ନିର୍ଣ୍ଣୟ ନେଇଥିଲେ । ସିବିଡିଟିର ନିଷ୍ପତ୍ତି ପରେ ଇପିଏଫ୍ ଜମା ଉପରେ ସୁଧ ହାର ବୃଦ୍ଧି କ୍ଷେତ୍ରରେ ସହମତି ଲାଗି ଏହାକୁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ । ଏହା ଉପରେ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ୨୦୨୩-୨୪ ଲାଗି ଇପିଏଫ୍ ସୁଧ ହାର ଏହାର ୬କୋଟି ଗ୍ରାହକଙ୍କ ଖାତାରେ ଜମା କରି ଦିଆଯିବ ।

Get real time updates directly on you device, subscribe now.