fbpx

ଭ୍ୟାନକୁ ଧକ୍କା ଦେଲା କୋଇଲା ଟ୍ରକ୍: ୪ ଜଣଙ୍କ ମୃତ୍ୟୁ, ୯ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭଦ୍ରକର ଅରଡ଼ି ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିବା ସହିତ ୬ ଜଣ ଆହତ ହୋଇଥିବା ବେଳେ ପୁଣି ଆସିଛି ଆଉ ଏକ ବଡ଼ ଦୁର୍ଘଟଣା ଖବର । ପୁଣି ଏକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୯ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଭ୍ୟାନକୁ ଏକ କୋଇଲା ଟ୍ରକ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

ସୂଚନା ମୁତାବକ, ଝାରସୁଗୁଡ଼ା ଜିଲ୍ଲାରୁ ଆସିଛି ଏଭଳି ଏକ ଦୁର୍ଘଟଣାଜନିତ ଖବର । ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ବେହେରାଗୁଡ଼ା ରାସ୍ତାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭ୍ୟାନଟି ଯାତ୍ରୀଙ୍କୁ ଧରି ବେଲପାହାଡ଼ ଅଭିମୁଖେ ଯାଉଥିବା ସମୟରେ ଅଚାନକ ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା ।

Get real time updates directly on you device, subscribe now.