ବର୍ଷାରେ ହେବ ସରସ୍ୱତୀ ପୂଜା ! ଜାଣନ୍ତୁ କେଉଁ ସବୁ ଜିଲ୍ଲାକୁ ଦିଆଗଲା ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତାକାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ଏବଂ ଗୁରୁବାର ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ଥିବା ବେଳେ ୧୫ ଓ ୧୬ ତାରିଖରେ ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାର ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୧୪ ତାରିଖରେ କେବେଳ ଝାରସୁଗୁଡ଼ା ଜିଲ୍ଲା ପାଇଁ ବର୍ଷା ଆଲର୍ଟ ରହିଛି । ଏହାପରେ ୧୫ ଓ ୧୬ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବଲାଙ୍ଗୀର, ମୟୂରଭଞ୍ଜ, ସୋନପୁର, ବରଗଡ଼, ବୌଦ୍ଧ ଆଦି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ପୂର୍ବାନୁମାନ କରିଛି ପାଣି ପାଗ ବିଭାଗ ।

ବାକି ଜିଲ୍ଲାରେ କୌଣସି ବର୍ଷା ସମ୍ଭାବନା ନାହିଁ । ଏହି ସବୁ ଜିଲ୍ଲାରେ ପାଗ ଥଣ୍ଡା ଓ ଶୁଖିଲା ରହିବ । ତେବେ ଜାତୀୟ ପାଣିପାଗ ବିଭାଗ ମୁତାବକ ପଶ୍ଚିମବଙ୍ଗର ସମୁଦ୍ର ଏବେ ଅଶାନ୍ତ ରହିଛି । ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଏଠାରେ ସରସ୍ୱତୀ ପୂଜା ବର୍ଷା ଭିଜିବା ସମ୍ଭାବନା ଦେଖା ଦେଇଛି ।