fbpx

ଅନଲାଇନ୍ ପ୍ରେମ ପାଇବା ଆଶାରେ ବର୍ବାଦ ହେଉଛନ୍ତି ଲୋକ, ପରିମାଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ !

ନୂଆଦିଲ୍ଲୀ : ଭାଲେଣ୍ଟାଇନ୍ସ ଡେ ପାଖେଇ ଆସୁଥିବାରୁ ସାଇବର ସୁରକ୍ଷା ଅନୁସନ୍ଧାନକାରୀମାନେ ସୋମବାର ଦିନ କହିଛନ୍ତି ଯେ, ଭାରତରେ ରୋମାନ୍ସ ସ୍କାମ ବଢ଼ିବାରେ ଲାଗିଛି । ଦେଶର ୬୬ ପ୍ରତିଶତ ଲୋକ ଅନଲାଇନ୍ ଡେଟିଂ ସ୍କାମର ଶିକାର ହୋଇଛନ୍ତି ।

୨୦୨୩ ମସିହାରେ, ୪୩ ପ୍ରତିଶତ ଭାରତୀୟ ଏଆଇ ଭଏସ୍ ସ୍କାମର ଶିକାର ହୋଇଥିଲେ ଏବଂ ୮୩ ପ୍ରତିଶତ ଲୋକ ଟଙ୍କା ହରାଇଲେ । ଏକ୍ସପୋଜର ମ୍ୟାନେଜମେଣ୍ଟ କମ୍ପାନୀ ଟେନେବୁଲର ଏକ ନୂଆ ରିପୋର୍ଟ ଅନୁଯାୟୀ, ଅନଲାଇନ୍ ଡେଟିଂ ସ୍କାମଗୁଡିକ ନିକଟ ଅତୀତରେ ଏକ ପ୍ରମୁଖ ପରିବର୍ତ୍ତନ ଆଣିଛି, ପାରମ୍ପାରିକ କୌଶଳକୁ ଜେନେରେଟିଭ୍ ଏଆଇ ଏବଂ ଡିପଫେକ ଭଳି ଉନ୍ନତ ଜ୍ଞାନକୌଶଳ ସହିତ ମିଶ୍ରଣ କରିଛି ।

‘ଏଆଇ ଉତ୍ପାଦିତ ଡିପଫେକ୍ ଏତେ ପରଫେକ୍ଟ ଭାବରେ କାମ କରେ ଯେ ଦୁଇ ତୃତୀୟାଂଶରୁ ଅଧିକ (୬୯%) ଭାରତୀୟ କହିଛନ୍ତି ଯେ ସେମାନେ ଏଆଇ ଏବଂ ଜଣେ ବ୍ୟକ୍ତିଙ୍କ ପ୍ରକୃତ ସ୍ୱର ମଧ୍ୟରେ ପାର୍ଥକ୍ୟ କରିପାରିବେ ନାହିଁ । ଅନଲାଇନ୍ ଡେଟିଂ ସ୍କାମରେ ଅଧିକ ବିଶ୍ୱାସଯୋଗ୍ୟ ବ୍ୟକ୍ତି ସୃଷ୍ଟି କରିବାକୁ ସ୍କାମରମାନେ ବର୍ତ୍ତମାନ ଜେନେରେଟିଭ୍ ଏଆଇ ଏବଂ ଡିପଫେକ୍ ଟେକ୍ନୋଲୋଜିର ଲାଭ ଉଠାଉଛନ୍ତି ।

ଉଲ୍ଲେଖ କରାଯାଇଛି ଯେ ଏହି ସ୍କାମଗୁଡ଼ିକ ପ୍ରାୟତଃ ଫେସବୁକ ଭଳି ପ୍ଲାଟଫର୍ମରେ ଆରମ୍ଭ ହୋଇ ପୀଡ଼ିତାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ । ରିପୋର୍ଟରେ କୁହାଯାଇଛି ଯେ, ସ୍କାମରମାନେ ନିୟମିତ ଭାବରେ ବୟସ୍କ ବ୍ୟକ୍ତିଙ୍କୁ ଟାର୍ଗେଟ କରନ୍ତି, ବିଶେଷ କରି ଯେଉଁମାନେ ବିଧବା କିମ୍ବା ସ୍ମୃତି ଶକ୍ତି ହରାଉଛନ୍ତି ।

Get real time updates directly on you device, subscribe now.