fbpx

ସବୁଥିରେ ଆଗରେ ରହନ୍ତି ଏହି ଅକ୍ଷର ନାମଧାରୀ ବ୍ୟକ୍ତି, ଆପଣ ବି ରଖନ୍ତୁ ପିଲାର ଏହି ୟୁନିକ୍ ନେମ୍‌

ଓଡ଼ିଶା ଭାସ୍କର: କାହାର ନାମରୁ ତା’ ବିଷୟରେ ବହୁତ କିଛି ଅନୁମାନ କରାଯାଇପାରେ । ଏହି କାରଣରୁ ମାତାପିତା ନିଜ ପିଲାଙ୍କ ନାମ ରଖିବା ଲାଗି ଖୁବ୍ ରିସର୍ଚ୍ଚ କରିଥାନ୍ତି । ଆପଣ ନିଜ ପିଲାର ନାମ ପି  (P) ଅକ୍ଷରରେ ରଖିପାରିବେ । ଏହି ଅକ୍ଷର ନାମଧାରୀ ବ୍ୟକ୍ତି ସବୁ କାମରେ ଆଗରେ ରହିଥାନ୍ତି ।

ଆପଣ ନିଜ ଝିଅ ନାମ ପାବନୀ ରଖିପାରିବେ । ଏହି ନାମର ଅର୍ଥ ହୋଇଥାଏ ପବିତ୍ର । ଏହା ବ୍ୟତିତ ପାକ୍ଷୀ ନାମ ବି ଦେଇପାରିବେ । ଏହାର ଅର୍ଥ ହୋଇଥାଏ ପକ୍ଷୀ । ଏହା ବ୍ୟତିତ ପଲାକ୍ଷୀ ନାମ ବି ରଖିପାରିବେ । ଏହାର ଅର୍ଥ ସ୍ୱଚ୍ଛ ଅର୍ଥାତ୍ ଧଳା ।

ଆପଣ ଝିଅର ନାମ ପ୍ରାଂଶୀ ବି ରଖିପାରିବେ । ଏହା ମାତା ଲକ୍ଷ୍ମୀଙ୍କ ଅନ୍ୟ ଏକ ନାମ । ଏହା ବ୍ୟତିତ ପ୍ରାଞ୍ଜଳୀ ମଧ୍ୟ ଅନ୍ୟ ଏକ ଭଲ ନାମ । ଏହାର ଅର୍ଥ ସ୍ୱାଭିମାନୀ । ଝିଅର ନାମ ପ୍ରଜ୍ଞା ବି ରଖିପାରିବେ । ଏହା ଦେବୀ ସରସ୍ୱତୀଙ୍କ ଅନ୍ୟ ଏକ ନାମ ।

ସେହିପରି ଆପଣ ପୁଅର ନାମ ପଲ୍ଲବ ରଖିପାରିବେ । ଏହାର ଅର୍ଥ କଅଁଳ ପତ୍ର । ସେହିପରି ପ୍ରଖର ନାମ ବି ଦେଇପାରିବେ ଯାହାର ଅର୍ଥ ତେଜ୍ ବା ଦ୍ରୁତ । ପ୍ରଜେଶ ବି ଆପଣଙ୍କ ପୁଅ ପାଇଁ ଏକ ଭଲ ନାମ । ଏହି ନାମର ଅର୍ଥ ସମସ୍ତଙ୍କ ଜୀବଜଗତର ସ୍ୱାମୀ ।

Get real time updates directly on you device, subscribe now.