fbpx

୭୦୦କୋଟି ଟଙ୍କାରେ ତିଆରି ହୋଇଛି ଆବୁଧାବି ହିନ୍ଦୁ ମନ୍ଦିର, ଜାଣିନିଅନ୍ତୁ କେଉଁ ଦେବୀ ଦେବତାଙ୍କ ହେବ ପୂଜା

ନୂଆଦିଲ୍ଲୀ:UAE ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ ହେବାକୁ ଯାଉଛି । ଏହି ମନ୍ଦିର ୨୭ ଏକରରେ ବ୍ୟାପି ରହିଛି ଯାହାକୁ ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ମନ୍ଦିର ଏତେ ମଜଭୁତ ରହିଛି କି ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏହା ଅକ୍ଷୁର୍ଣ୍ଣ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସଲାମିକ ଦେଶ UAEରେ ବାପ୍‌ସ ସ୍ୱାମୀନାରାୟଣ ମନ୍ଦିର ଉଦଘାଟନ କରୁଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଏହି ବିଶାଳ ମନ୍ଦିର ପଥରରେ ନିର୍ମିତ ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ଯାହାକୁ ମରୁଭୂମି ବାଲୁକା ଶଯ୍ୟାରେ ଫୁଟିଥିବା ପଦ୍ମଫୁଲ କୁହାଯାଉଛି । ଏହି ବୃହତ ସ୍ୱାମୀ ନାରାୟଣ ମନ୍ଦିର ଭାରତର ପ୍ରାଚୀନ ମନ୍ଦିର ନିର୍ମାଣଶୈଳୀର ସର୍ବୋତ୍କୃଷ୍ଟ ଉଦାହରଣ ।

ଏହି ମନ୍ଦିର ଆବୁଧାବିର ଅବୁ ମୁରିଖା ଜିଲ୍ଲାରେ ଥିବା ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀ ନାରାୟଣ ସଂସ୍ଥା(BAPS) ଦ୍ୱାରା ନିର୍ମାଣ କରାଯାଇଛି । ମନ୍ଦିର ନିର୍ମାଣ ଲାଗି –ସରକାର ଜମି ଦାନ କରିଛନ୍ତି । ୨୦୧୫ରେ ମୋଦୀ ଯେତେବେଳେ UAE ଯାଇଥିଲେ ସେତେବେଳେ  ରାଷ୍ଟ୍ରପତି ଶେଖ ମୋହମ୍ମଦ ବିନ୍ ଜାୟଦ ଅଲ ନାହୟାନ ମନ୍ଦିର ଲାଗି ୧୩.୫ ଏକର ଜମି ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ।

ଏହି ସ୍ୱାମୀନାରାୟଣ ମନ୍ଦିରର ଉଚ୍ଚତା ୧୦୮ଫୁଟ , ଲମ୍ବ୨୬୨ ଫୁଟ ଓ ଉଚ୍ଚତା ୧୮୦ ଫୁଟ । ଏହାକୁ ନିର୍ମାଣ କରିବାରେ ୭୦୦କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଭଗବାନ ସ୍ୱାମୀ ନାରାୟଣ ମନ୍ଦିରର କାନ୍ଥରେ ହିନ୍ଦୁ ଧର୍ମ ଓ ବିଶ୍ୱର ଅନ୍ୟ ଧର୍ମର ସଂସ୍କୃତି, ସଭ୍ୟତା ଉପରେ ଆଧାରିତ ୨୫୦ରୁ ଅଧିକ କାହାଣୀକୁ ଖୋଦିତ କରାଯାଇଛି । ଏହି ମନ୍ଦିରରେ ୭ ଶିଖର ରହିଛି ଯାହା ଭାରତର ଅଲଗା ଅଲଗା ରାଜ୍ୟର ଦେବତାଙ୍କୁ ସମର୍ପିତ । ଏଥିରେ ଭାରତର ଉତ୍ତର, ଦକ୍ଷିଣ, ପୂର୍ବ,ପଶ୍ଚିମର ସମସ୍ତ ଦେବୀ ଦେବତାଙ୍କୁ ସାମିଲ କରାଯାଇଛି ଯେଉଁଥିରେ ଭଗବାନ ଆୟପ୍ପା, ତିରୁପତି ବାଲାଜୀ, ପ୍ରଭୁ ଜଗନ୍ନାଥ, ଶ୍ରୀକୃଷ୍ଣ, ହନୁମାନ, ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକେୟ, ଶ୍ରୀରାମ , ମାତା ସୀତାଙ୍କ ମୂର୍ତ୍ତି ରହିଛି ।
ମନ୍ଦିରର ପ୍ରବେଶ ଦ୍ୱାରରେ ୮ ମୂର୍ତ୍ତି ରହିଛି ଯାହା ସନାତନ ଧର୍ମର ୮ ମୂଲ୍ୟର ପ୍ରତୀକ । ମନ୍ଦିର ମଧ୍ୟରେ ତ୍ରିବେଣୀ ସଙ୍ଗମର ରୂପ ଦେବା ପାଇଁ ମନ୍ଦିରରୁ ଆଲୋକର ଏକ କିରଣ ଝଲସିବ ଯାହା ସାଙ୍କେତିକ ରୂପରେ ସରସ୍ୱତୀ ନଦୀକୁ ଦର୍ଶାଇବ ।

Get real time updates directly on you device, subscribe now.