fbpx

ନାବାଳିକାକୁ ଅପହରଣ, ୪ ଖାଇଲେ ପ୍ରବଳ ଛେଚା

ନୟାଗଡ଼, ୧୬ା୧୨(ଓଡ଼ିଶା ଭାସ୍କର): ନୟାଗଡ଼ ଭାପୁର ବଜାରରୁ ନାବାଳିକାକୁ ଅପହରଣ କରାଯାଇଥିବା ଘଟଣା ଘଟିଥିଲା । ଏନେଇ ସ୍ଥାନୀୟ ଲୋକେ ଜାଣିବା ପରେ ୪ଅପହରଣକାରୀଙ୍କୁ ନିସ୍ତୁକ ମାଡ଼ ମାରି ଆହତ କରିଛନ୍ତି । ଅପହରଣକାରୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଣିଥିବା ବେଳେ ନିସ୍ତୁକ ଅପହରଣ କଥା ଜାଣିବା ପରେ ମାଡ଼ ମାରିଥିଲେ ଲୋକେ । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ନାୟକ ଅବସ୍ଥା ଗୁରୁତର ହୋଇଯାଇଥିବାରୁ ତାଙ୍କୁ ନୟାଗଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏତିକି ନୁହେଁ ସ୍ଥାନୀୟ ଲୋକଙ୍କ ମାଡ଼ରେ ପୋଲିସ ଓ ଡାକ୍ତର ବି ଆହତ ହୋଇଛନ୍ତିି । ଏହି ଘଟଣାକୁ ନେଇ ଭାପୁର ମେଡ଼ିକାଲ ଛକରେ ଟାୟାର ଜାଳି ଲୋକ ରାସ୍ତାରୋକ ମଧ୍ୟ କରିଛନ୍ତି । ଗତକାଲି ଅପହରଣ କରାଯାଇଥିବା ନାବାଳିକାକୁ ଫୁଲବାଣୀରୁ ଉଦ୍ଧାର କରିଥିଲା ପୋଲିସ । ଗତ ୧୪ତାରିଖ ଦିନ ଟ୍ୟୁସନ ଯିବା ବେଳେ ଅପହରଣ କରିଥିଲେ ୪ଜଣ ।

Get real time updates directly on you device, subscribe now.