fbpx

Breaking News; ଖଣ୍ଡଗିରି ଯାତ୍ରାରେ ଚାଲିବନି ଅଶ୍ଳୀଳତା: ଉତ୍ସବ ପୂର୍ବରୁ ଲାଗିଲା କଟକଣା

ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରର ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । କିନ୍ତୁ ଏହି ମେଳା ପୂର୍ବରୁ ଏହାର ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଏଥରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ପ୍ରଦର୍ଶନକୁ ବାରଣ କରାଯାଇଛି । ଅଶ୍ଳୀଳ ରଙ୍ଗଢଙ୍ଗରେ ନୃତ୍ୟ ପରିବେଷଣ କରାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଜାରି ହୋଇଛି । ଅଶ୍ଳୀଳ ନୃତ୍ୟ ହେଲେ ଯାତ୍ରାକୁ ଅଧାରୁ ରୋକି ଦିଆଯିବ ବୋଲି କୁହାଯାଇଛି । କାହାର ଭାବନାକୁ ଆଘାତ ବରଦାସ୍ତ କରାଯିବ ନାହିଁ । ଯାତ୍ରା ପେଣ୍ଡାଲ ଉପରେ ସମ୍ପୂର୍ଣ୍ଣ ନଜର ରଖଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ବିଏମସି ଏବଂ ପୋଲିସ ମିଳିତ ଭାବରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏ ନେଇ ଯାତ୍ରା କମିଟି ଏବଂ ମାଲିକଙ୍କ ସହ ବିଏମସି ଆଲୋଚନା ମଧ୍ୟ କରିସାରିଛି । ତେଣୁ ବିଏମସି କମିଶନର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.