ନୂଆଦିଲ୍ଲୀ: ଗତବର୍ଷ ମଣିପୁରରେ ହିଂସାକାଣ୍ଡରେ ବହୁ ଲୋକଙ୍କ ଜୀବନ ହାନୀ ଘଟିଥିବା ବେଳେ ବହୁ ଘରଦ୍ୱାର ନଷ୍ଟ ହୋଇଥିଲା । ତେବେ ଏହା ମଧ୍ୟରେ ପୁଣି ଥରେ ରାଜ୍ୟର କିଛି ସ୍ଥାନରେ ହିଂସା ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୪୨ ଜଣ ଆହତ ହୋଇଛନ୍ତି । ଗତକାଲି ରାତିରେ ଦେଖାଦେଇଥିବା ହିଂସା କାରଣରୁ ଇଣ୍ଟରନେଟ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି ।
ହିଂସା କାରଣରୁ ଗତବର୍ଷ ମେ ମାସ ୩ ତାରିଖଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୯୦ ଜଣଙ୍କ ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । ଏଥିସହିତ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହା ମଧ୍ୟରେ ଗତ ୧୫ ତାରିଖରେ ରାଜ୍ୟର ଚୁରାଚାନ୍ଦପୁରରେ ପୁଣି ଥରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଚୁରାଚାନ୍ଦପୁରରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ଉପରେ ବ୍ୟାନ୍ ଘୋଷଣା କରାଯାଇଛି ।