fbpx
BJD SKY
BJD SKY

ବଢିବ ବିଜୁ ପଟ୍ଟନାୟକ ପୁରସ୍କାର ରାଶି, ଜାଣନ୍ତୁ କେତେ ?

BJD

ଭୁବନେଶ୍ୱର: ବିଜ୍ଞାନ କ୍ଷେତ୍ରରେ ଉକ୍ରର୍ଷତା ଲାଗି ଯୁବ ବୈଜ୍ଞାନିକମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଖୁବ୍‍ ଶୀଘ୍ର ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ବିଜୁ ପଟ୍ଟନାୟକ ସାଇଣ୍ଟିଫିକ୍‍ ଏକ୍ସେଲେନ୍ସ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିବା ବେଳେ ଏହି ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

ସେହିପରି ସାମନ୍ତ ଚନ୍ଦ୍ରଶେଖର ବିଜ୍ଞାନୀ ପୁରସ୍କାର ୧ ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାକୁ ରହିଥିବା ବେଳେ ଓଡ଼ିଶା ଯୁବ ବିଜ୍ଞାନୀ ପୁରସ୍କାର ୨୫ ହଜାର ଟଙ୍କାରୁ ୧ ଲକ୍ଷ ଏବଂ ପ୍ରାଣକୃଷ୍ଣ ପରିଜା ଜନପ୍ରିୟ ବିଜ୍ଞାନ ପୁରସ୍କାର ୨୫ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.