ସମ୍ବଲପୁର: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପିକଅପ୍ ଭ୍ୟାନ୍ ଓଲଟି ଯିବା କାରଣରୁ ୧୦ ଜଣ ଆହତ ଏବଂ ଜଣେ ଗୁରୁତର ଥିବା ସୂଚନା ମିଳିଛି ।
ସୂଚନାରୁ ପ୍ରକାଶ ସମ୍ବଲପୁର ହାତୀବାରୀ ୫୫ ନମ୍ବର ଜାତୀୟ ରାଜପଥରେ ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଜି ସକାଳୁ ସମ୍ବଲପୁରର ଏକ ଠିକାଦାରଙ୍କ ପିଚୁ କାମ ସାରି ଶ୍ରମିକମାନେ ଏକ ପିକଅପ୍ ଭ୍ୟାନ୍ ଯୋଗେ ଘରକୁ ଫେରୁଥିଲେ । ଏହି ପିକଅପ୍ ଭ୍ୟାନ୍ ୨୦ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ସମୟରେ ଯୁଯୁମରା ଥାନା ହାତୀବାରୀ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ଯିବା କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସମସ୍ତ ୧୦ ଜଣ ଆହତ ଏବଂ ଜଣେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତେବେ ଡ୍ରାଇଭର ଜଣଙ୍କ ଘୁମେଇ ଯିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା ପ୍ରକାଶ । ଯୁଯୁମରା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।